ବିଧାୟକ ବିଷ୍ଣୁ ଦାସ ଗୁରୁତର

ଭୁବନେଶ୍ୱର : ତିର୍ତୋଲ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ରାଜନେତା ବିଷ୍ଣୁ ଦାସ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ବ୍ରେନଷ୍ଟ୍ରୋକ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏକ ଡ଼ାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ଆଜି ସକାଳୁ ତାଙ୍କର ଅସ୍ତ୍ରୋପ୍ରଚାର ହୋଇଛି । ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୁଚନା ମିଳିଛି ।

Comments (0)
Add Comment