କୋହଳ ହେଲା ସଟଡାଉନ ନିୟମ

ଭୁବନେଶ୍ୱର- କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟର ୧୧ ଟି ଜିଲ୍ଲାରେ ପ୍ରତ୍ୟକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ଆଜି କଟକଣାକୁ କୋହଳ କରାଯାଇଛି । ସଟଡାଉନ ସମୟରେ କେଉଁ ସଂସ୍ଥା ଖୋଲା ଯିବ ଓ ବନ୍ଦ ରହିବ ଏବଂ କେଉଁ ବ୍ୟକ୍ତି ମାନେ ରାସ୍ତାରେ ଯାତାୟତ କରିପାରିବେ ସେ ନେଇ ନିର୍ଦେଶ ନାମା ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ-

  • ସଟଡାଉନ ସମୟରେ ମେଡିକାଲ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିପାରିବେ । ଏଟିଏମ ଏବଂ ଆରବିଆଇ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଅନୁଷ୍ଠାନ କାର୍ଯ୍ୟ ସ୍ୱାଭାବିକ ରହିବ ।
  • ବିମାନ,ରେଳଗାଡି ଓ ବସରେ ଲୋକମାନେ ଯାତାୟତ କରିପାରିବେ ।
  • ରେଷ୍ଟୁରାଂଟ ଖାଦ୍ୟ ହୋମ ଡେଲିଭରି କରିହେବ ।
  • ଖବରକାଗଜ ହକରମାନେ ସକାଳ ୫ ଟାରୁ ୮ ଭିତରେ ପେପର ବଂଟା କାର୍ଯ୍ୟ ଶେଷ କାରିବେ ।
  • ଏଲପିଜି ବିତରଣ, ରୋଷେଇ ଗ୍ୟାସର ହୋମଡେଲିଭରି ସହିତ ଜଡିତ କାର୍ଯ୍ୟ ଜାରି ରହିବ । ଏହିସବୁ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଗାଡି ପାଇଁ କୌଣସି କଟକଣା ନାହିଁ ।
Comments (0)
Add Comment