ଫୁଲବାଣୀ: କନ୍ଧମାଳ ଜିଲ୍ଲା ମୁଣ୍ଡିଗଡ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରହିଛି ଏକ ବି ଏସଏନଏଲ ଟାୱାର । ହେଲେ ସେଠାରେ ଭଲ ଭାବରେ ଲୋକଙ୍କୁ ନେଟୱାର୍କର ସିଂକ ସେବା ବିଳୁନାହିଁ । ସେଥିପାଇଁ ସୋମବାର ଗାଁ ଲୋକେ ବିଏସଏନଏଲ କାର୍ଯ୍ୟାଳୟରେ ଏସଡିଓଙ୍କୁ ଏହି ସଂକ୍ରାନ୍ତରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଦେଇଥିବା ଦାବୀ ଅନୁସାରେ ସେଠାରେ ଥିବା ଟାୱାର ଯୋଗୁଁ ମୁଣ୍ଡଗଡର ଲୋକେ ସଠିକ ଭାବରେ ନେଟୱାର୍କର ସେବା ପାଉ ନାହାନ୍ତି । ଫଳରେ ସେହି ଅଂଚଳର ସେମାନଙ୍କର ବ୍ୟାଙ୍କ ସେବା, ଆବଶ୍ରକବେଳେ ଅନଲାଇନ ସେବା ପାଇଁ ବିଭିନ୍ନ ସରକାରୀ ସେବା ପାଇଁ ଆବଶ୍ୟକ ହେଉଥିବା ନେଟୱାର୍କର ଅଭାବ ଯୋଗୁଁ ସେଥିରେ ବାଧା ଉପୁଜିବା ଏବଂ ବର୍୍ମାନ କରୋନା ସଂକ୍ରମଣ ଯୋଗୁ ପିଲାଙ୍କର ସ୍କୁଲ , କଲେଜ ଏବଂ ଅନ୍ୟାନ୍ୟ ବୈଷୟିକ ଶିକ୍ଷା ସବୁ ଅନ୍ ଲାଇନରେ ପଢାଯାଉଛି । ହେଲେ ସେଠାରେ ଥିବା ଟାୱାରରେ ସଠିକ ଭାବରେ ନେଟୱାର୍କ ଆସୁନଥିବାରୁ ସେଠାରେ ଥିବା ଟାୱାରଟି ମୁଣ୍ଡଗଡ ପଂଚାୟତ ଅଂଚଳକୁ ପୁରା କଭର କରୁନଥିବାରୁ ସେଠାରେ ଥିବା ଲୋକେ ମୋବାଇଲ ସେବାଠାରୁ ଆରମ୍ଭ କରି ଇପୋରୋକ୍ତ ସମସ୍ତ ସେବା ପାଇ ପାରୁନଥିବା ନେଇ ଏକ ଦାବି ପତ୍ର ବିଏସଏନଏଲ ଏସଡିଓଙ୍କୁ ଦେଇଥିବା ଜଣାପଡିଛି । ସେଠାରେ ତୁରନ୍ତ ସଠିକ ସେବା ପ୍ରଦାନ କରାନଗଲେ ସେହି ଅଂଚଳର ଲୋକେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛ