ଓଡ଼ିଶା ସମେତ ୪ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର
 ଭୁବନେଶ୍ୱର : ଜୁଲାଇରେ ଆରମ୍ଭ  ହେବ ଅନ୍ଲକ ୨.୦ । ଏଥିରେ ଲକ୍ଡ଼ାଉନ୍  ରେ  ରାଜ୍ୟକୁ ଫେରିଥିବା ପ୍ରବାସୀ ମାନଙ୍କୁ  କାମ ଯୋଗାଇ ଦିଆଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି  ।ତେବେ ଶ୍ରମିକଙ୍କ  ଦକ୍ଷତା ପରିମାପ ପାଇଁ  କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ କେନ୍ଦ୍ର ସରକାର ଓଡ଼ିଶା ସମେତ ଉତରପ୍ରଦେଶ ,ବିହାର ଓ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ରାଜ୍ୟକୁ ଫେରିଥିବା ପ୍ରବାସୀ ମାନଙ୍କୁ ରୋଜଗାର କ୍ଷମ କରିବା ସହ ଶିଳ୍ପାନୁଷ୍ଠାନ ଗୁଡ଼ିକ କିପରି ସ୍ଥାନୀୟ ଅଂଚଳରେ ଉପଲବ୍ଧ ଶ୍ରମ ଶକ୍ତିର ଉପଯୋଗ କରିପାରିବେ ସେଥିପାଇଁ ଉଦ୍ୟମ କରାଯିବ ।