ଭୁବନେଶ୍ୱର :  ଓଡ଼ିଶା ଲାଇବ୍ରେରୀ ଏକାଡେ଼ମିର ଷଷ୍ଠ ୱେବ୍ନାର ସିରିଜ୍   ଆୟୋଜିତ ହୋଇଯାଇଛି  । ଲାଇବ୍ରେରୀ, ସୂଚନା କେନ୍ଦ୍ର , ସଂଗ୍ରହାଳୟର  ପ୍ରଫେସନାଲମାନଙ୍କୁ  ସାହାଯ୍ୟ କରିବା ସହ ବିଭିନ୍ନ ପରିସ୍ଥିତିର ସମାଧାନ ପାଇଁ  ଓଡ଼ିଶା ଲାଇବ୍ରେରୀ ଏକାଡେ଼ମି ନିୟମିତ ୱେବ୍ନର  ଓ ୱେବକାଷ୍ଟ  ଧରିଥାଏ । କରୋନା ମହାମାରୀ ସତ୍ୱେ  ଓଏଲଏ  ୬ଟି ୱେବ୍ନାର  କରିସାରିଛି । ଏଥିରେ  ମୁକ୍ତ ଉତ୍ସ ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ତଥ୍ୟ ପରିଚାଳନା , ସମଗ୍ର ବିଶ୍ୱରେ ଜଣାଶୁଣା ବିଶେଷଜ୍ଞଙ୍କ ଦ୍ୱାରା  କୋଭିଡ଼-୧୯ ପରିସ୍ଥିତିରେ ମେଟ୍ରିକ୍ ଟୁ ଆଲ୍ଟମେରିକ୍ସ ଏବଂ ଏସଓପି ଉପରେ ଆଲୋଚନା କରାଯାଇଛି ।  
 “ ମହାମାରୀ ଦୁନିଆରେ ପୁନଃ ଲାଇବ୍ରେରୀ ଖୋଲିବାର ରଣନୀତି ” ବିଷୟରେ ଆଲୋଚନା ରେ ମୂଖ୍ୟ ଅତିଥି ଭାବେ କାନାଡ଼ାର  ଅନଟାରିଓର ପବ୍ଲିକ ଲାଇବ୍ରେରୀ  ଫେଡେ଼ରେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଷ୍ଟିଫେନ୍ ଆବ୍ରାନ ଯୋଗ ଦେଇଥିଲେ । ଲାଇବ୍ରେରୀ ସୂଚନା ସଂଗ୍ରହାଳୟ ପାଇଁ ଶ୍ରୀ ଅବରାମ  ନିଜର ମତାମତ ରଖିଥିଲେ । ଏଥିରେ ଓଏଲଏର ସଭାପତି ଡ଼କ୍ଟର ବାନାମ୍ବର ସାହୁ ଅଧ୍ୟକ୍ଷତା କରିଥିବାବେଳେ ବିଜୟ କେତନ ପଣ୍ଡା ଓ ଡ଼କ୍ଟର ନୃସିଂହ ଦାଶ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।  ଅଧିବେଶନରେ  ଡ଼କ୍ଟର  ସତ୍ୟ ରଞ୍ଜନ ସାହୁ , ବସନ୍ତ କୁମାର ଦାସ ଓ ନିରଞ୍ଜନ ମହାପାତ୍ର ୱେବ୍ନାର ସିଷ୍ଟମ ଆଡ଼ମିନସ୍ଟ୍ରେଟର ଭାବରେ ସହାୟତା ପ୍ରଦାନ କରିଥିଲେ । ଅଧିବେସନରେ ୪୦୦ରୁ ଅଧିକ  ପ୍ରଫେସନାଲ ଯୋଗ ଦେଇଥିବାବେଳେ ଡ଼କ୍ଟର ପ୍ରଜ୍ଞା ଦାସଙ୍କ ଧନ୍ୟବାଦ ଅର୍ପଣ ସହ ଅଧିବେସନ ସମାପ୍ତ ହୋଇଥିଲା ।  । ଏକାଡେ଼ମୀର ସାଧାରଣ ସମ୍ପାଦକ ଡ଼କ୍ଟର ବାସୁଦେବ ମହାନ୍ତି ଗଣମାଧ୍ୟମକୁ  ସୂଚନା ଦେଇ କହିଛନ୍ତି ଯେ ସପ୍ତମ ୱେବ୍ନାର ଜୁନ ୨୭ରେ ଅନୁଷ୍ଠିତ  ହେବ ।