ନୟାଗଡ ଚିକିତ୍ସାଳୟର କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ

ନୟାଗଡ- ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ଓ ନର୍ସ କରୋନାରେ ଆକ୍ରାନ୍ତ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ଦୁଇଜଣଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ସେମାନଙ୍କ ଠାରେ ଲକ୍ଷଣ ନଥିବା କହିଛନ୍ତି ସିଡିଏମଓ । ଡାକ୍ତର ଓ ନର୍ସ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀ ମାନଙ୍କୁ କ୍ୱାରେନଂଟାଇନରେ ରଖାଯାଇଛି । ନୟାଗଡ ଚିକିତ୍ସଳୟକୁ ସାନିଟାଇଜିଂ କରାଯାଇଛି ।

Comments (0)
Add Comment