ବସ ଯାତ୍ରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର-ବସ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିର ଖବର । ଖୁବ ଶୀଘ୍ର ରାଜ୍ୟରେ ଘରୋଇ ବସ ଗଡିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ବସ୍ ମାଲିକ ସଂଘ ସହ ଆଲୋଚନା ପରେ ଆଜି କିମ୍ବା ଆନ୍ତାକାଲି ବସ ଚଳାଚଳ ହେବା ପାଇଁ ନିଷ୍ପତି ନିଆଯାଇଛି । ପ୍ରଥମେ ଡ୍ରାଇଭର ଓ ଯାତ୍ରୀ ମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଓଡିଶାରେ ୧୪ ହଜାର ବସ ରହିଛି । ସେହିପରି ୮ ହଜାର ମାଲିକ ଅଛନ୍ତି । ୬୦ ହଜାର ବସ କର୍ମଚାରୀଙ୍କ ପାଇଁ ବୀମା କରିବା ସହ ୬ ମାସ ପାଇଁ ବ୍ୟାଙ୍କ ଋଣ ଛାଡ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ଘରୋଇ ବସ ମାଲିକ ସଂଘ ।

Comments (0)
Add Comment