ପାଞ୍ଚ ବର୍ଷରେ ସମ୍ପୂର୍ଣ୍ଣ ହୋଇଛି ୨୬ଲକ୍ଷ ପକ୍କାଘର

ଭୁବନେଶ୍ବର: ରାଜ୍ୟରେ ଗତ ୫ବର୍ଷରେ ୨୬ଲକ୍ଷ ୧୮ହଜାର ୪୯୭ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ରାଜେଶ ପ୍ରଭାକର ପାଟିଲ କହିଥିଲେ ଯେ ୫୭, ୨୫୭ ଭୂମିହୀନ ପରିବାର ପକ୍କାଘର ପାଇବା ଅପେକ୍ଷାରେ ଥିବା ବେଳେ । ଚଳିତ ମାସ ସୁଦ୍ଧା ୮,୦୬୯ପରିବାରକୁ ଘରଡ଼ିହ ଯୋଗାଇ ଦିଆଯିବ । ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମୀଣ ଗୃହ ନିର୍ମାଣ ସଂକ୍ରାନ୍ତ ଏକ ବୈଠକରୁ ଏହି ସୂଚନା ମିଳିଛି। ପକ୍କା ଘର ପାଇବା ପାଇଁ ଅପେକ୍ଷାରତ ସମସ୍ତ ଭୂମିହୀନ ପରିବାରକୁ ଘରଡ଼ିହ ଯୋଗାଇବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି।

ଭୂମିହୀନ ଗରିବ ପରିବାରକୁ ପକ୍କା ଘର ଯୋଗାଣ ଯୋଜନାର ମୌଳିକ ଲକ୍ଷ୍ୟ। ଆବଶ୍ୟକ ପଡ଼ିଲେ ଏଥିପାଇଁ ପ୍ରଚଳିତ ନିୟମରେ ସଂଶୋଧନ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା, ଜଙ୍ଗଲ ଓ ପରିବେଶ ଏବଂ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଦେଇଥିଲେ।

ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର ପ୍ରମୁଖ ସଚିବ ଦେଓରଂଜନକୁମାର ସିଂହ ପକ୍କା ଘର ନିର୍ମାଣର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।

Comments (0)
Add Comment