ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଂଚ ଭୂତରେ ଲୀନ ହେଲେ ନନ୍ଦୁରାମ ଓ ଚନ୍ଦ୍ରକାନ୍ତ

ରାଇରଙ୍ଗପୁର : ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ସଂଘର୍ଷରେ ସହିଦ ହୋଇଥିବା ଓଡ଼ିଆ ଯବାନ ନନ୍ଦୁରାମ ଓ ଚନ୍ଦ୍ରକାନ୍ତଙ୍କର ଗୁରୁବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୟୂରଭଞ୍ଜ ଲୋକ ସଭା ସଦସ୍ୟ ବିଶେଶ୍ୱର ଟୁଡ଼ୁ , ମନ୍ତ୍ରୀ ସୁଦାମ ମାରାଣ୍ଡି , ଆରକ୍ଷୀ ଅଧିକାରୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବନ୍ଧୁ ପରିବାର ବର୍ଗ ନନ୍ଦୁରାମ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପୂର୍ବରୁ ସହିଦ ନନ୍ଦୁରାମ ସୋରେନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ରାଇକିଆ ମହୋତ୍ସବ ପଡ଼ିଆରୁ ଶୋଭାଯାତ୍ରାରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀରକୁ ଅଣାଯାଇଥିଲା। ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଅବସରରେ ସେଠାରେ ମନ୍ତ୍ରୀ ଅରୁଣ ସାହୁ, ସାଂସଦ ଅଚ୍ୟୁତ ସାମନ୍ତ, ସ୍ଥାନୀୟ ବିଧାୟକ ସଲୁଗା ପ୍ରଧାନ,ଜିଲ୍ଲାପାଳ ଡାକ୍ତର ବୃନ୍ଦା ଡି, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଗତକାଲି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଯବାନଙ୍କ ପାର୍ଥିବ ଶରୀର ବିଜୁ ପଟ୍ଟନାୟକ ଆନ୍ତର୍ଜତୀୟ ବିମାନ ବନ୍ଦରରେ ପହଂଚିଥିଲା । ତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଳ,ସ୍ଥଳ ଓ ବାୟୁ ସେନା ବାହିନୀ , ଭୁନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗୀ , କନ୍ଧମାଳ ସାଂସଦ ଅଚୁ୍ୟତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment