ମୋବାଇଲ ପାଇଁ ବଡ଼ ଭାଇ ନେଲା ସାନ ଭାଇର ଜୀବନ

ରାୟଗଡ଼ା: ବଡ଼ ଭାଇର ଠେଙ୍ଗା ମାଡରେ ସାନ ଭାଇର ମୃତ୍ୟୁ ହୋଇଛି । ମୋବାଇଲ ପାଇଁ ଦୁଇ ଭାଇଙ୍କମଧ୍ୟରେ ଝଗଡା ହେଇଥିଲା। କାଶୀପୁର ସଦର ମହକୁମା ପଣସଗୁଡା ଗ୍ରାମର ଲାଲୁ ମାଝିଙ୍କର ବଡ଼ ପୁଅ ପପୁ ମାଝି ଏବଂ ସାନ ପୁଅ ପିଣ୍ଟୁ ମାଝି । ଉଭୟ ଦାଦାନ ଖଟିବାକୁ ଯାଇ କେରଳ ରୁ ଫେରି ଥିଲେ। ପ୍ରଶାସନର ନିୟମ ଅନୁଯାୟୀ ନାମ ପଞ୍ଜିକୃତ ପରେ ଦୁଇଭାଇ କାଶୀପୁର ସଦର ମହକୁମାରେ ଥିବା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ରରେ ୧୬ ଦିନ ରହିଥିଲେ । ସଙ୍ଗରୋଧ ଅବଧି ଶେଷ ହେବା ପରେ ଉଭୟ ଭାଇ ଦୁଇଦିନ ପୂର୍ବେ ନିଜ ଘରେ ପହଞ୍ଚିଥିଲେ। ଏତେଦିନ ପରେ ଘରେ ପହଞ୍ଚିଥିବାରୁ ଦୁଇଦିନ ଖୁବ୍‌ ମଜାମଜଲିସ କରିଥିଲେ। କିନ୍ତୁ କୌଣସି କାରଣରୁ ଗତବୁଧବାର ବିଳମ୍ବିତ ରାତିରେ ମୋବାଇଲ ପାଇଁ ଦୁଇଭାଇ ମଧ୍ୟରେ ବଚସା ଆରମ୍ଭ ହେଇଯାଇଥିଲା । ଶେଷରେ କଥା ହତ୍ୟା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା

Comments (0)
Add Comment