ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର (ବିଏମ୍ସି )କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଆଜି ବଦଳି କରି ଦିଆଯାଇଛି । ତାଙ୍କ ସ୍ଥାନରେ 1997 ବ୍ୟାଚ୍ର ଆଇଏଏସ୍ ଅଫିସର ସଞ୍ଜୟଳ କୁମାର ସିଂଙ୍କୁ ବିଏମ୍ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସଚିବ ଥିବା ସଞ୍ଜୟ କୁମାର ସିଂଙ୍କୁ ବିଏମ୍ସି କମିଶନର ଦିୟିତ୍ବ ସହିତ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏଥି ସହିତ ତାଙ୍କୁ ସ୍ମାର୍ଟ ସିଟିର ସିଇଓ ଭାବେ ଅତିରିକ୍ତ ଦିୟିତ୍ବ ମଧ୍ୟ ଦିଆଯାଇଛି । ଅନ୍ୟପକ୍ଷେ 2010 ବ୍ୟାଚ୍ର ଆଇଏଏସ୍ ଅଫିସର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ନୂଆ ନିଯୁକ୍ତି ଦିଆଯାଇଛି ।
ବିଏମ୍ସି କମିଶନର ଭାବେ ସଞ୍ଜୟ କୁମାର ସିଂହଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଥିବା 1995 ବ୍ୟାଚ୍ର ଆଇଏଏସ୍ ଅଫିସର ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ସହିତ ଏହି ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଥିଲେ ସଞ୍ଜୟ କୁମାର ସିଂହ। ସେହିପରି ସେ ଇଡ୍କୋର ସିଏମ୍ଡି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ନୂଆ ନିର୍ଦ୍ଦେଶନାମା ଅନୁସାରେ ଏବେ ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଇଡ୍କୋର ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।