ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରକୁଣା ରଥ


ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆଜି ଆରମ୍ଭ ହୋଇଛି । ସମସ୍ତ କୋଭିଡ କଟକଣା ଭିତରେ ରଥଦାଣ୍ଡରୁ ଗଡିଛି ରୁକୁଣା ରଥ । ରଥ ଲିଙ୍ଗରାଜ ମନ୍ଦିରରୁ ଆସି ମାଉସୀ ମା’ ମନ୍ଦିରରେ ପହଂଚିବ । କରୋନା ମହାମାରୀ ପାଇଁ ରଥ ଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲଗାଯାଇଛି । ଏହାସହ ଏହି ରଥଯାତ୍ରାରେ ଭକ୍ତ ମାନଙ୍କୁ ସାମିଲ କରାଯାଇ ନାହିଁ । ରଥ ଆସୁଥିବା ରାସ୍ତାକୁ ସମ୍ପୂର୍ଣ୍ଣ ଭାେ ସିଲ୍ କରି ଦିଆଯାଇଛି । ଅନ୍ୟପଟେ ରଥଟାଣିବାକୁ ଯେତିକି ସେବାୟତଙ୍କୁ ଅନୁମତି ମିଳିଛି ସେମାନଙ୍କର ସବୁ କୋଭିଡ୍ ଟେଷ୍ଟ କରାଯାଇଛି । କିଛି ସେବାୟତ ଓ ପୁଲିସ କର୍ମଚାରୀ ମାନେ ରଥକୁ ଟାଣିଛନ୍ତି । ଅନ୍ୟପଟେ ଗହଳି ରୋକିବାକୁ ୨୩ ଟି ସ୍ଥାନରେ ପୁଲିସ ଫୋର୍ସ ମୃତୟନ କରାଯାଇଛି । ଅନ୍ୟପଟେ ମାଉସୀ ମା’ ମନ୍ଦିରରେ ରଥ ୭.୩୦ ସୁଦ୍ଧା ପହଞ୍ଚିବାକୁ ନେଇ ସମୟ ନିର୍ଘଣ୍ଟ କରିଥିଲା କମିଶନରେଟ୍ ପୁଲିସ । ହେଲେ ରଥଟଣାରେ ବିଳମ୍ବ ହୋଇଥିବା ହେତୁ ନିର୍ଦ୍ଧାରିତ ସମୟରେ ମାଉସୀ ମା’ ମନ୍ଦିରରେ ରଥ ପହଂଚିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ରଥଟଣା ବେଳେ ଖୋଦ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଉପସ୍ଥିତ ଅଛନ୍ତି ।

bbsr
Comments (0)
Add Comment