କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଗାଁ ଲୋକ

ଦେବଗଡ- ତିଲେଇବଣି ବ୍ଳକର ସଡୋ ସଂଗରୋଧ କେନ୍ଦ୍ରରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତ ଶିକ୍ଷକ ସୁସ୍ଥ ହୋଇ ଘରକୁ ଫେରିବା ପରେ ଗ୍ରାମବାସୀ ଘଂଟ ବଜାଇ ଓ ହୁଳୁହୁଳି ଦେଇ ପାଛୋଟି ନେଇଛନ୍ତି । ଗତ ମେ ୨୫ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ଦେବଗଡ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଘରକୁ ଫେରିବା ଅବସରରେ ଗାଁ ଲୋକ ଓ ଲୋକପ୍ରତିନିଧି ଶିକ୍ଷକଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ସେହିପରି ସଂଗରୋଧ ଗୃହରେ କାର୍ଯ୍ୟ ରତ ଆଶା କର୍ମୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଗାଁକୁ ଫେରିଛନ୍ତି ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଲିଟେକନିକ ସ୍ଥିତ କୋଭିଡ ମେଡିକାଲ ପରିସରରେ ତାଙ୍କୁ ସମ୍ମାନିତ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ ଉପାଧ୍ୟାୟ, ଡିପିଏମ ଉମେଶ ପ୍ରସାଦ ଷଡଙ୍ଗୀ, ହସିପିଟାଲ ମ୍ୟାନେଜର ଯତୀନ ଭଇଁଷାଙ୍କ ସମେତ ମେଡିକାଲ କର୍ମଚାରୀ ଏହି ଅବସରରେ ଆଶା କର୍ମୀଙ୍କୁ ସ୍ୱାଗତ କରଛନ୍ତି ।

Comments (0)
Add Comment