ବରିଷ୍ଠ ନାଗରିକଙ୍କ ଯତ୍ନକୁ ପ୍ରାଥମିକତା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: କରୋନା କାଳରେ  ବରିଷ୍ଠ ନାଗରିକମାନଙ୍କ ଯତ୍ନ ସହ ସେମାନଙ୍କୁ ଠିକ୍ ସମୟରେ ପେନସନ, ମାସ୍କ, ସାନିଟାଇଜର ସହ ଅତ୍ୟାବଶ୍ୟକୀୟ ଉତ୍ତମ ସେବା ଯୋଗାଇଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ରାଜ୍ୟ ସରକାରଙ୍କୁ ତୁରନ୍ତ ଏହାର ଜବାବ ଦେବାକୁ  ମଙ୍ଗଳବାର ଦେଇଛନ୍ତି । ଏହା ସହ ଅଦାଲତ କୋଭିଡ଼-୧୯ ସମୟରେ ବୃଦ୍ଧାବସ୍ଥା ଦେଇ ଗତି କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସୁରକ୍ଷା ସାବଧାନତାକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ, ସାନିଟାଇଜର, ମାସ୍ ଆଦି ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର ସୁପ୍ରିମକୋର୍ଟରେ କରୋନା କାଳରେ ବରିଷ୍ଠ ନାଗରିକଙ୍କ ସମସ୍ୟା ସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ଏହାର ବିଚାର କରି ସୁପ୍ରିମକୋର୍ଟ ବୟସ୍କ ଲୋକମାନେ କରୋନା ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ହାତପାହାନ୍ତାରେ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି । ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର ସୁପ୍ରିମକୋର୍ଟରେ କରୋନା କାଳରେ ବରିଷ୍ଠ ନାଗରିକଙ୍କ ସମସ୍ୟା ସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ଏହାର ବିଚାର କରି ସୁପ୍ରିମକୋର୍ଟ ବୟସ୍କ ଲୋକମାନେ କରୋନା ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ହାତପାହାନ୍ତାରେ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି ।

Comments (0)
Add Comment