ଭୁବନେଶ୍ବର: ମହାମାରୀ କରୋନା କାଳରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିନାତୃତ୍ବ ଓ ସାଧାରଣ କୋଭିଡ୍ ପରିଚାଳନାରେ ସମଗ୍ର ଦେଶ ତାଙ୍କୁ ସମ୍ମାନ ଜଣାଇଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିଛି ।
ଏହି ସନ୍ଦର୍ଭରେ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ଏବଂ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଲୋକସେବା ଭବନ ସ୍ଥିତ ତାଙ୍କ ପ୍ରକୋଷ୍ଠରେ ଚେକ୍ ହସ୍ତାନ୍ତର କରିଛନ୍ତି ।