ପୁରୀ: ପୂରୀ ଜିଲ୍ଲା ବଳଙ୍ଗା ପୁଲିସ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥ ଠାରେ ମାସ୍କ ଚେକିଂ ହେଉଥିଲା ।ଜଣେ ଯୁବକ ବିନା ମାସ୍କରେ ବୁଲୁଥିବା ବେଳେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ସଟଡାଉନ ସମୟରେ ବିନା ମାସ୍କ ରେ କାହିଁକି ବଜାରେ ବୁଲୁଛୁ ପଚାରିବାରୁ ପୁଲିସକୁ ଆକ୍ରମଣ କରଛନ୍ତି ଯୁବକ।
ସେହି ସମୟରେ ବଳଙ୍ଗା ବଜାର ଅଜୟ ପ୍ରଧାନ ନାମକ ଜଣେ ଯୁବକ ସାଇକେଲରେ ଏକ କଦଳୀ କାନ୍ଦି ଧରି ବିନା ମାସ୍କ ରେ ଆସୁଥିଲେ । ପୁଲିସ ତାକୁ ଅଟକାଇ ସଟଡାଉନ ସମୟରେ କୁଆଡେ ଯାଉଛ ପଚାରିବାରୁ ଆରମ୍ଭ ହେଲା ଯୁକ୍ତିତର୍କ। ଏହାପରେ ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ଯୁବକ ଜଣକ ପୁଲିସକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ପୁଲିସ କର୍ମଚାରୀ ଆହତ ହୋଇ ଥିବା ବେଳେ ଅଜୟଙ୍କୁ ଗିରଫ କରାଯାଇଛି। ପୂର୍ବରୁ ମଧ୍ୟ ଯୁବକ ଜଣଙ୍କ ସେହି ଥାନାର ଜଣେ ASI ଙ୍କୁ ଆକ୍ରମଣ କରିଥିବା ବଳଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି।