ଏଥର ବିନା ପରିଚୟପତ୍ରରେ ବି ମିଳିବ ଟିକା

ଭୁବନେଶ୍ବର: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ରୁକ୍‌ ଲାଗିବାର ନାଁ ଧରୁନି । ଏପରି ପରିସ୍ଥିତିରେ ଟିକା କରଣରେ ବିଳମ୍ବକୁ ଲକ୍ଷକରି ରାଜ୍ୟ ସରକାର ଏକ ନୂତନ ପଦକ୍ଷେପ ନେଇଛନ୍ତି । ଯାହାକି ଏଥର ପରିଚୟପତ୍ର ନଥିଲେ ବି ଲୋକେ ଟିକା ନେଇପାରିବେ । ତେବେ ପରିଚୟପତ୍ର ନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିପରି ଟିକା କରଣରେ ସାମିଲ୍‌ କରାଯାଇ ପାରିବ, ସେଥି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ବାଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏନେଇ ସେ ସମସ୍ତ ଜିଲ୍ଲା ପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଅଛି ଯେ, ଟିକା ପାଇଁ ପଞ୍ଚିକରଣ କରିବାକୁ ହେଲେ 7ଟି ପରିଚୟ ପତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ଦେଖାଇବାକୁ ପଡ଼ୁଛି । ହେଲେ ରାଜ୍ୟରେ ଏପରି ବହୁତ ବର୍ଗର ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ଏହି 7ଟି ପରିଚୟପତ୍ର ମଧ୍ୟରୁ କୌଣସି ଗୋଟିଏ ବି ନାହିଁ । ସେମାନଙ୍କ ମଧ୍ୟରେ ବିଭିନ୍ନ ଧର୍ମର ସାଧୁ, ସନ୍ଥ, ଯାଯାବର ଜୀବନଯାପନ କରୁଥିବା ନିରାଶ୍ରୟ, ଭିକାରୀ, ମାନସିକ ଚିକିତ୍ସା ଅନୁଷ୍ଠାନ ଓ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି । ଏଥିରେ ସମସ୍ତ 18 ବର୍ଷରୁ ଅଧିକ ହିତାଧିକରୀଙ୍କୁ ଟିକା କରଣରେ ସାମିଲ୍‌ କରିବାକୁ ଏସିଏସ୍‌ ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment