ରାଜନଗର ସମୁଦ୍ର କୂଳରେ ୬୦ ଫୁଟ ମୃତ ତିମି ଉଦ୍ଧାର

ରାଜନଗର- କେନ୍ଦ୍ରାପଡା ଜିଲ୍ଲା ରାଜନଗର ସମୁଦ୍ର ତଟରେ ବିରାଟ ତିମି ମାଛର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି । ସମୁଦ୍ର ଲହଡିରେ ଭାସିି କୂଳରେ ଲାଗିଥିଲା । ପ୍ରଥମେ ଧିବୀର ମାନେ ଦେଖି ଥିଲେ । ବନବିଭାଗ ଟିମ ଘଟଣା ସ୍ଥଳରେ ପହଂଚି ଯାଂଚ କରୁଛନ୍ତି । ଯାହା ଅନୁମାନ କରାଯାଉଛି ମୃତ ତିମିର ଲମ୍ବ୬୦ ଫୁଟ ଓ ଗୋଲେଇ ୨୫ ଫୁଟ । ବାତ୍ୟା ଅମ୍ଫାନ ପ୍ରଭାବରେ ପ୍ରବଳ ବେଗରେ ପବନ ଓ ଉଚ୍ଚ ଜୁଆର ଯୋଗୁଁ ତିମିର ମୃତୁ୍ୟ ଘଟିଛି ବୋଲି ଆଶଙ୍କା କରାଯାଉଛି । ଗତ ୨ ବର୍ଷ ଭିତରେ ୪ ଟି ତିମିର ମୃତ ଦେହ ଉଦ୍ଧାର କରାଯାଇଛି ।

Comments (0)
Add Comment