ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶାଙ୍କ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନଲାଇନ୍ କାଉନସେଲିଂ ହେଲ୍ପଲାଇନ ‘ଭରୋସା’ର ଶୁଭାରମ୍ଭ ଆରମ୍ଭ କରିଛନ୍ତି। ଏହି ହେଲପ୍ଲାଇନ୍ର ଶୁଭାରମ୍ଭ ସମୟରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ଥିଲେ।
ତେବେ କୋଭିଡ-୧୯ ମହାମାରୀ ସମୟରେ ଶୁଭାରମ୍ଭ ହୋଇଥିବା ‘ଭରୋସା’ ହେଲପ୍ଲାଇନ୍ ଓଡ଼ିଶାର ବିଶ୍ୱବିଦ୍ୟାଳୟ / କଲେଜ ଛାତ୍ରମାନଙ୍କୁ ମାନସିକସ୍ତରରେ ସହାୟତା ପ୍ରଦାନ କରିବ। ଡାକ୍ତର, ମନୋବିଜ୍ଞାନୀ ଏବଂ ଶିକ୍ଷାବିତଙ୍କ ଏକ ଟିମ୍ ସାହାଯ୍ୟରେ ‘ଭରୋସା’ ହେଲ୍ପଲାଇନ କରୋନା-୧୯ ମହାମାରୀ ସମୟରେ ଓଡ଼ିଶାର ଲକ୍ଷ ଲକ୍ଷ କଲେଜ ଏବଂ ୟୁନିଭରସିଟି ଛାତ୍ରଛାତ୍ରୀଙ୍କୁ ମାନସିକସ୍ତରରେ ସହାୟତା ପ୍ରଦାନ କରିବ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶାଙ୍କ ଆଜି ଏହି ହେଲ୍ପଲାଇନର ଶୁଭାରମ୍ଭ କରି କହିଛନ୍ତି।