ଯାଜପୁର: ଯାଜପୁର ଜିଲ୍ଲାରେ କରୋନା ପାଇଁ ବିଭିନ୍ନ ଅଂଚଳକୁ କଂଟେନ୍ମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଜିଲ୍ଲାରେ ବାହାରୁଥିବା ପଜିଟିଭି କେସ୍ ଆଧାରରେ ୧୯ଗୋଟି କଣ୍ଟେନ୍ମେଣ୍ଟ ଅଂଚଳ ଘୋଷଣା କରାଯାଇଥିବା ବେଳେ ସେଥି ମଧ୍ୟରୁ ବ୍ରହ୍ମବରଦା ଓ ସାନତ୍ରିଲୋଚନପୁର ଅଂଚଳକୁ କଣ୍ଟେନ୍ମେଣ୍ଟକୁ ହଟେଇ ଦିଆଯାଇଛି । ତେବେ ଅନ୍ୟ ୧୭ ଗୋଟି ଅଂଚଳରେ ସଂକ୍ରମଣକୁ ରୋକିବା ପାଇଁ କଂଟେନ୍ମେଂଟକୁ ବଳବତର ରଖାଯାଇଛି । ଏହି ଅଂଚଳର ଅଧିବାସୀଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବା ଆଦେଶରେ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏକ ମୋବାଇଲ ଏଟିଏମ୍ ଭ୍ୟାନ ସଂପୃକ୍ତ ଅଂଚଳକୁ ପ୍ରେରଣ କରାଯାଇଛି । ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ମୋବାଇଲ ଏଟିଏମ୍ ଭ୍ୟାନକୁ ଜନସାଧାରଣଙ୍କ ଉଦେଶ୍ୟରେ ପ୍ରେରଣ କରିଥିଲେ । ଏହି ଏଟିଏମ୍ ମଧ୍ୟମରେ ଲୋକମାନେ ଘର ପାଖରେ ଟଙ୍କା ଉଠେଇବାର ସୁବିଧା ପାଇପାରିବେ ବୋଲି ସେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟି କଲେକ୍ଟର କୁଳମଣି ନାୟକ, ଯାଜପୁର ବି.ଡି.ଓ. ସୌରଭ ଚକ୍ରବର୍ତୀ, ଦଶରଥପୁର ତହସିଲଦାର ସୌଭାଗ୍ୟ ବେହେରା, ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଅପୂର୍ବ ରଂଜନ ମହାପାତ୍ର, ସରକାରୀ ସଂପର୍କ ପ୍ରବନ୍ଧକ ସନ୍ଦିପ ମହାନ୍ତି, ସେଲସ୍ ମ୍ୟାନେଜର ସୁଶାନ୍ତ ସାମଲ ଓ ଆକ୍ସିସ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।