କରୋନାରେ ପିଡିତ ୱାଜିଦ୍ ଖାନ୍ ମା’!

ମୁମ୍ବାଇ:- ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ୱାଜିଦ୍ ଖାନ୍ ପରଲୋକରେ ସ୍ତବ୍ଧ ହୋଇଯାଇଛି ସଙ୍ଗୀତ ଜଗତ । ସେ ମାତ୍ର ୪୨ବର୍ଷ ବ୍ରସରେ ୱାଜିଦ୍ ମୃତ ହୋଇଛି । ବଲିଉଡର ବହୁ ଷ୍ଟାର ମୃରେ ଶୋକ ପ୍ରକାଶ କରିଛନ୍ତି । କିଛିଦିନ ହେବ କିଡନି ରୋଗରେ ପିଡିତ ଥିଲେ ଏହା ସହ ତାଙ୍କୁ କରୋନା ମଧ୍ୟ ହୋଇଥିଲା । ସେ ହସ୍ପିଟାଲରେ ଥିବା ସମୟରେ ତାଙ୍କ ମା’ ରଜାନା ମଧ୍ୟ ଆସିଥିଲେ । ତାଙ୍କ ମା’ ମଧ୍ୟ କରୋନାରେ ଆକ୍ରାନ୍ତ ଅଛନ୍ତି ।

ଏହି ସମୟରେ ଅନ୍ୟ କୌଣସି ରୋଗୀଙ୍କ ସଂସ୍ପର୍ଶରେ ଆସି ତାଙ୍କୁ କରୋନା ହୋଇଥିବା କୁହାଯାଉଛି । ଏବେ ମୁମ୍ବାଇର ସୁରାଣା ସେଠିୟା ହସ୍ପିଟାଲରେ ଚିକିତ୍ସହିତ ହେଉଛନ୍ତି । କରୋନା ହୋଇଥିବାରୁ ପୁଅର ମୃତୁ ଖବର ତାଙ୍କୁ ଜଣାଇନାହାଁନ୍ତି ପରିବାର ଲୋକେ । ୱାଜିଦ୍ ନିଜ ଭଇ ସାଜିଦ୍ ସହ ମିଶି ବଲିଉଡରେ ଅନେକ ଲୋକାପ୍ରିୟ ଗୀତର ନିର୍ଦେଶନା ଦେଇଥିଲେ ।

ଏବଂ ବଲିଉଡା ଦବଙ୍ଗ ଖାଁଙ୍କର ଅତିପ୍ରିୟ ଯୋଡି ମଧ୍ୟ ଥିଲେ । ସେ ସୋନୁ ନିଗମଙ୍କ ଏକ ଆଲବମ୍ ସଙ୍ଗୀତ ନିର୍ଦେଶନା ମଧ୍ୟ ଦେଇଥିଲେ । ଆଲବମ୍ ହେଲା ଅବ୍ ମୁଝେ ରାତ୍ ଦିନ୍, ଇସ୍ କଦର ପ୍ୟାର ହେ’ ଏହି ଗୀତ ବେଶ୍ ପପୁଲାର ମଧ୍ୟ ହୋଇଥିଲା ।

Comments (0)
Add Comment