ଗଞ୍ଜାମରୁ ଚାଲିକି ଆସିଲେ ଯୁବକ

ବିଞ୍ଝାରପୁର : ବିଞ୍ଝାରପୁର ବ୍ଲକ ଅରେଇ ପଞ୍ଚାୟତ ପଣ୍ଡାସାହିର ଭଗବାନ ପଣ୍ଡାଙ୍କ ପୁଅ ପିଣ୍ଟୁ ପଣ୍ଡା(୨୭) ଗଞ୍ଜାମ ଜିଲ୍ଲାର ଓମ୍ ନଗରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କରୋନା ଜନିତ ଲକଡାଉନ ଯୋଗୁଁ କମ୍ପାନୀ ବନ୍ଦ ହୋଇଯାଇଥିଲା । ଗାଡି ବନ୍ଦ କାରଣରୁ ଶ୍ରୀ ପଣ୍ଡା ଘରକୁ ଆସିନପାରି ସେଠାରେ ରହିଥିଲେ । ପାଖରେଥିବା ପଇସା ସରିଗଲାପରେ ଖାଇବାର ଅସୁବିତା ହୋଇଥିଲା । ଖାଇବାର ଅସୁବିତା କାରଣରୁ ଶ୍ରୀ ପଣ୍ଡା କୌଣସି ଉପାୟ ନପାଇ ଏପ୍ରିଲ ୨୯ ତାରିଖ ସକାଳୁ ଚାଲିଚାଲି ଘରକୁ ବାହାରିଥିଲେ । ଓମ୍ ନଗରରୁ, ବ୍ରହ୍ମପୁର, ଗୋପାଳପୁର ପୋର୍ଟ, ଖୋର୍ଦ୍ଦା, ଭୂବନେଶ୍ଵରରେ ପହଞ୍ଚିଥିଲେ । ପୁଣି ସେଠାରୁ ସିଧା ଜାତୀୟ ରାଜପଥ ଦେଇ ଯାଜପୁର ଓ ଅରେଇ ପଞ୍ଚାୟତ ସ୍ଥିତ ବରୁଣେଶ୍ଵର ହାଇସ୍କୁଲ ସଂଗରୋଧକ କେନ୍ଦ୍ରରେ ରବିବାର ପୂର୍ବାହ୍ଣ ୧୦ଟାରେ ପହଞ୍ଚିଛନ୍ତି । ସଂଗରୋଧକ କେନ୍ଦ୍ରରେ କାର୍ଯ୍ୟରତ ସହକାରୀ ନୋଡାଲ ଅଧିକାରୀ ଅଭୟ କୁମାର ଖୁଣ୍ଟିଆ ଶ୍ରୀ ପଣ୍ଡାଙ୍କ ଭ୍ରମଣ ଇତିହାସ ସଂଗ୍ରହ କରିବା ସହ ତାଙ୍କ ରହିବାର ବ୍ୟବସ୍ଥା କରିଛନ୍ତି ।

Comments (0)
Add Comment