ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ଶେଷ କରିବାକୁ ହାଇକେର୍ଟଙ୍କ ନିର୍ଦେଶ

ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ଶେଷ କରିବାକୁ ହାଇକେର୍ଟଙ୍କ ନିର୍ଦେଶ
କଟକ: ଆସନ୍ତା ଜୁନ ମାସ ୨୨ ତାରିଖ ସୁଦ୍ଧା ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଓଡିଶା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । କରୋନା ଆତଙ୍କ ନେଇ ଲକ୍ ଡାଉନ ଜାରି ହୋଇଥିବାରୁ ୧୦ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇ ଥିଲା । ଏହି ପ୍ରସଙ୍ଗ ନେଇ ହାଇକୋର୍ଟର ବରିÂ ଆଇନଜୀବି ଜୟନ୍ତ କୁମାର ବଳ ହାଇକୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ଦାଏର କରିଥିଲେ ।ଏଥିରେ ରାଜ୍ୟ ସରକାର ,କେନ୍ଦ୍ର ସରକାର,ପତ୍ନତତ୍ୱ ବିଭାଗ,ରାଜ୍ୟ ମୁଖ୍ୟ ଶାସନ ସଚିବ,ଗୃହ ବିଭାଗ ସଚିବ,ଡିଜିପି,ଏସଜେଟିଏ ,ପୁରୀ ଜିଲାପାଳ ଓ ପୁରୀ ଗଜପତିଙ୍କୁ ପକ୍ଷଭୁକ୍ତ କରିଥିଲେ । ତେଣୁ ମୁଖ୍ୟ ବିଚାର ପତି ମହମ୍ମଦ ରଫିକ ଓ ଅନ୍ୟତମ ବିଚାର ପତି ଏସ କେ ମିଶ୍ରଙ୍କୁ ନେଇ ସ୍ୱତନ୍ତ୍ର ଖଣ୍ଡ ପୀଠ ମାମଲାର ଶୁଣାଣୀ କରି ଜୁନ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିଦେର୍ଶ ଦେଇଛନ୍ତି । ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ରାଜ୍ୟ ଆଡଭୋକେଟ ଜେନେରାଲ ଦୃଢ଼ ଆଶ୍ୱାସନା ଦେଇ କହିଛନ୍ତି ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ ରଥ ନିର୍ମାଣ ଶେଷ ହେବ ।

Comments (0)
Add Comment