ଜୁମ୍ ଆପ୍ ଉପରେ ପ୍ରତିବନ୍ଧକ: ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ସରକାରୀ ତଥା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଭିଡିଓ ଯୋଗାଯୋଗ ଆପ୍ ଜୁମ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ରରୁ ପ୍ରତିକ୍ରିୟା ଲୋଡିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେଙ୍କ ନେତୃତ୍ଵରେ ଏକ ବେଞ୍ଚ ଜୁମ ଆପକୁ ନେଇ କରାଯାଇଥିବା ମାମାଲା ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଜୁମ ଆପ୍ ଗୋପନୀୟତା ଚିନ୍ତା ବଢାଇଦେବା ସହ ଜୁମ ଆପ୍ ବ୍ୟବହାର କରିବା ଦ୍ବରା ଉପଭୋକ୍ତାଙ୍କୁ ଅସୁରକ୍ଷିତ ତଥା ସାଇବର ବିପଦର ସମ୍ମୁଖୀନ ହେବାକୁ ପଡିବ ବୋଲି ଆବେଦନରେ ଦର୍ଶାଯାଇଛି ।ଏଥିରେ ଗୋପନୀୟତା ଉଲ୍ଲଂଘନ ନେଇ ଚିନ୍ତା ବ୍ୟକ୍ତ କରାଯାଇଥିବାରୁ କୋର୍ଟ ସରକାରଙ୍କୁ ୪ ସପ୍ତାହରେ ଜବାବ ମାଗିଛନ୍ତି।

Comments (0)
Add Comment