ଥାନା ପଛ ପଟେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ!

ନୂଆପଡ଼ା,୩୧.୫(ନି.ପ୍ର.): ନୂଆପଡ଼ା ଜିଲ୍ଳା ଜୋଙ୍କ ଥାନା ପଛପଟେ ଏକ ପରିତ୍ୟକ୍ତ କୋଠାରୀ ଭିତରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଉଦ୍ଧାର ପରିତ୍ୟକ୍ତ କୋଠାରୀ ଭିତରୁ ଜଣେ ଯୁବଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଉଖୁରା ଗାଁର ଦୀପକ ପାଣ୍ଡେ ୨୫ । ଆଜି ପୂର୍ବାହ୍ନରେ ଏସପି ବିନିତ ଅଗ୍ରୱାଲ ଅନୁସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ଖରିଆରରୋଡ ସହରର ରବି ଲକ୍ଡାଉନ୍ ଯୋଗୁଁ ଢାବା ବନ୍ଦ ରହିଛି । ଗତକାଲି ବିଳମ୍ବିତ ରାତିରେ ଦୀପକ ରବିଙ୍କ ଘରେ ଭୋଜନ କରି ଢାବାକୁ ଶୋଇବାକୁ ଯାଇଥିଲେ । ଆଜି ସକାଳୁ ଜୋଙ୍କ ଥାନାଠରୁ ଶହେ ମିଟର ଦୂରରେ ପଛ ପଟେ ଏକ ପରିତ୍ୟକ୍ତ କୋଠାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଛ ପଟେ ଏକ ପରିତ୍ୟକ୍ତ କୋଠରେ ଜରେ ଯୁବଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଯୁବକଙ୍କ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଡି ଦେଇଥିବା ସହରରେ ଚର୍ଚ୍ଚା ହେଉଛି । ମଧ୍ୟାହ୍ନରେ ଏସପି ବିନିତ ଆଗ୍ରୱାଇ ଘଟଣା ସ୍ଥଳରେ ପହଂଚି ପଚରାଉଚରା କରିଥିଲେ । ଦୀପକ ନିଖୋଜ ଥିବା ନେଇ ଢାବା ମାଲିକ ସୂଚନା ଦେଇଥିଲେ । ପରେ ଢାବା ମାଲିକ ଓ ଦୀପକଙ୍କ ପରିବାର ଲୋକେ ପହଂଚି ମୃତଦେହ ଚିହ୍ନଟ କରିଥିଲେ । ଅପରାହ୍ନରେ ଭବାନୀପଟଣାରୁ ସାଇଂଟିଫିକ୍ ଟିମ ପହଂଚି ତଦନ୍ତ କରିଛନ୍ତି । ଜଣେ ବିଦ୍ୟାଙ୍ଗ ଯୁବକ ଦୀପକଙ୍କୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ କହିଛି ।

Comments (0)
Add Comment