ପଙ୍ଗପାଳ ଆତଙ୍କ:ଖୋଲିଲା କଣ୍ଟ୍ରୋଲ ରୁମ୍

ନୂଆପଡ଼ା :  ଛତିଶଗଡ଼ କୋରିଆ ଜିଲ୍ଲା ଭରତପୁରରେ ପଙ୍ଗପାଳ ପହଞ୍ଚିବା ପରେ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ସର୍ତକ ରହିବାକୁ ନିର୍ଦେଶ ଦିଆଯାଇଛି। ଦିନକୁ ୧୫୦ରୁ ୨୦୦ କିମି ଉଡ଼ି ପାରୁଥିବାରୁ ଛତିଶଗଡ଼ରୁ ନୂଆପଡ଼ାର ଦୂରତ୍ବ ୧୩୦ କିମି ଥିବାବେଳେ ଏହି ଜିଲ୍ଲାକୁ ପ୍ରଥମେ ପହଞ୍ଚିବାର ଆଶଙ୍କା ରହିଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକମାନଙ୍କୁ ନେଇ ଏକ ବୈଠକ କରି ଛନ୍ତି । ରାଜ୍ୟ କୃଷି ବିଭାଗ ନିର୍ଦେଶକ ଭିଡିଓ କନଫେରେନ୍ସରେ ନୂଆପଡ଼ା ଜିଲ୍ଲା କୃଷି ବିଭାଗ ସହ ଆଲୋଚନା କରି ଛତିଶଗଡ଼ ସୀମାରେ ଥିବା ଗାଁ ଧରମବନ୍ଧା, ସାରାବଙ୍ଗ, ଖଲନା, କେନ୍ଦୁବେହେରା, ବେଲଟୁକୁରୀ, ପରକୋଡ଼, ଭଣ୍ଡରାପୁରୀ, ସିରିଗରଡ଼ି ଚାଷୀମାନେ ପଙ୍ଗପାଳମାନଙ୍କୁ ଦେଖିବା ମାତ୍ରେ କୃଷି ବିଭାଗକୁ ତୁରନ୍ତ ଖବର ଦେବାକୁ କହିଛନ୍ତି।

Comments (0)
Add Comment