ପଶ୍ଚିମବଙ୍ଗ ଫେରନ୍ତା ଶ୍ରମିକଙ୍କୁ ଅଟକାଇଲା ଯାଜପୁର ପୁଲିସ

ଯାଜପୁର: କରୋନା ପାଇଁ ସାରା ଦେଶରେ ଳକଡ଼ାଉନ୍ ଜାରି ରହିଛି । ଳକଡ଼ାଉନ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାର ପରିବହନ ସଂପୂର୍ଣ୍ଣ ବନ୍ଦ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଶ୍ରମିକ ଫସି ରହିଥିବାବେଳେ ସେମାନଙ୍କ ପାଇଁ ଖାଇବା ପିଇବାର ଉପଯୁକ୍ତ ବ୍ୟବସ୍ଥା ନଥିବା କାରଣରୁ ଭୋକରେ ଆଉଟୁ ପାଉଟୁ ହୋଇ ଅନେକ ଘର ମୁହାଁ ହେଉଛନ୍ତି । ଏଭଳି କିଛି ନିର୍ମାଣ ଶ୍ରମିକ ଖାଇବା ପିଇବାରେ ଅସୁବିଧାର ସମ୍ମୁଖୀନ ହୋଇ ପାଦରେ ଚାଲି ଚାଲି ଘରକୁ ଯାଉଥିବା ରାସ୍ତାରେ ପୁଲିସ ହାବୁଡ଼ରେ ପଡ଼ିଥିଲେ । ପୁଲିସ ସେମାନଙ୍କୁ ପୁର୍ବ ସ୍ଥାନକୁ ଫେରାଇ ଆଣିବା ସହ ପ୍ରଶାସନ ସହଯୋଗରେ ଘରକୁ ପଠାଇବାକୁ ଉଦ୍ୟମ ଜାରି ରଖିଥିବା ଜାଣିବାକୁ ମିଳିଛି । ସୂଚନା ମୁତାବକ ପଶ୍ଚିମବଙ୍ଗ ମାଳଦା ଜିଲ୍ଲା ତରୁଆ ଥାନା ଅଂଚଳରୁ ଆସି ଦଶରଥପୁର ବ୍ଲକ୍ ଖଣ୍ଡରା ପଂଚାୟତ ଧମଧଡ଼ାରେ ନିର୍ମାଣଧିନ ଗେଲ ଇଣ୍ଡିଆ ଏଲପିଜି ପ୍ରକଳ୍ପରେ କାର୍ଯ୍ୟରତ ୧୮ ପ୍ରବାସୀ ନିର୍ମାଣ ଶ୍ରମିକ ପାଦରେ ଚାଲି ଚାଲି ଘରକୁ ବାହାରିଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ପୁଣି ପୂର୍ବ ସ୍ଥାନକୁ ଫେରିଥିବା ଜଣାଯାଇଛି । ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ମାଳଦା ଅଂଚଳର ଏହି ନିର୍ମାଣ ଶ୍ରମିକ ମାନେ ନିଜର ଆସବାପତ୍ର ଧରି ଘର ଅଭିମୁଖେ ଯାତ୍ରା କରୁଥିବା ବେଳେ କୈାଣସି ଅଜଣା ସୁତ୍ରରୁ ଖବର ପାଇ ଯାଜପୁର ଥାନାଧିକାରୀ ଆଶିଷ କୁମାର ସାହୁ, ଯାଜପୁର ସହରସ୍ଥ ବିରଜା ମନ୍ଦିର ନିକଟରେ ଶ୍ରମିକମାନଙ୍କୁ ଅଟକାଇବା ସହ ସେମାନେ ରହୁଥିବା ଅସ୍ଥାୟୀ କ୍ୟାମ୍ପ୍କୁଫେରାଇ ଆଣିଥିଲେ । ପରେ ଥାନାଧିକାରୀ ଶ୍ରୀ ସାହୁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଅଧିକାରୀଙ୍କୁ ନିର୍ମାଣ ଶ୍ରମିକଙ୍କ ଘର ବାହୁଡ଼ା ସଂପର୍କରେ ଅବଗତ କରିଥିଲେ । ରବିବାର ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟର ଗ୍ରାମାଂଚଳ ଅଧିକାରିଣୀ ପ୍ରେମ ମଂଜରୀ ନାୟକ ନିର୍ମାଣ ଶ୍ରମିକ ରହୁଥିବା ଅସ୍ଥାୟୀ କ୍ୟାମ୍ପରେ ପହଂଚି ଗେଲ ଇଣ୍ଡିଆ କର୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ଗେଲ ଇଣ୍ଡିଆ ପକ୍ଷରୁ ଆଂଚଳିକ ଅଧିକାରୀ ଏମ କେ ସିଂ ଘଟଣା ସ୍ଥଳରେ ପହଂଚିଥିଲେ । ଉଭୟ ଅଧିକାରୀ ଜିଲ୍ଲା ପ୍ରଶାସନ ନିକଟରେ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ଘର ବାହୁଡ଼ା ପାଇଁ ସମସ୍ତ ବନେ୍ଦାବସ୍ତ କରିଥିବା ବେଳେ ଆସନ୍ତାକାଲି ଏକ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କୁ ଛଡ଼ାଯିବା ବୋଲି ଜଣାପଡ଼ିଛି ।

Comments (0)
Add Comment