ପହିଲାରୁ ଟାଟା ହାତରେ ସେସୁ ମାଲିକାନା

ଭୁବନେଶ୍ୱର,୩୧.୫(ନି.ପ୍ର.): ଆସନ୍ତା ଜୁନ୍ ୧ ତାରିଖରୁ ବିଜୁଳି ବଂଟନକାରୀ ସଂସ୍ଥା ସେସୁର ନାମ ଓ ମାଲିକାନାସ୍ୱତ୍ୱ ବଦଳିବ । ଟାଟା ପାୱାର ହାତକୁ ଏହାର ମାଲିକାନା ଯିବ । ଏ ସମ୍ପର୍କରେ ପୂର୍ବରୁ ସମସ୍ତ ଆନୁସଙ୍ଗିକ କାଗଜପତ୍ର କାମ ଶେଷ ହୋଇଥିଲେ ମଧ୍ୟ ଲାକ୍ଡାଉନ୍ କଟକଣାରୁ କାର୍ଯ୍ୟକାରୀ ହୋଇପାରି ନଥିଲା । ଆଜି ରାଜ୍ୟ ସରକାର ସେସୁର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଅପସାରଣ କରିଆଣିଛନ୍ତି । ଆଇପିଏସ୍ ଅଫିସର ତଥା ସିଇଓ ଅରୁଣ ବୋଥ୍ରାଙ୍କୁ ସରକାର ପ୍ରତ୍ୟାହାର କରିାନଥିବା ବେଳେ ଟିଫ୍ ଫାଇନାନ୍ସିଆଲ ଅଫିସର କିଶୋର କୁମାର ନାୟକଙ୍କୁ ମଧ୍ୟ ସରକାର ଫେରାଇ ନେଇଛନ୍ତି । ବିଧିବଦ୍ଧ ଭାବେ ଟାଟା ପାୱାର ରାଜ୍ୟ ସରକାରଙ୍କଠାରୁ ସେସୁର ୫୧ ପ୍ରତିଶତ ଅଂଶଧନ କିଣିଥିବାରୁ ସେ ହିଁ ପରିଚାଳନା ମୁଖିଆଙ୍କୁ ନିଯୁକ୍ତି ଦେବ ।

Comments (0)
Add Comment