ପିଇଓଙ୍କୁ ଆକ୍ରମଣ ଘଟଣା ଅଭିଯୁକ୍ତ ଗିରଫ

ବିଞ୍ଝାରପୁର : ବିଞ୍ଝାରପୁର ଥାନା ଗୁହାଳି ପଞ୍ଚାୟତରେ କାର୍ଯ୍ୟରତ ପିଇଓ ତଥା ନୋଡାଲ ଅଫିସର ଅରୁଣ କୁମାର କରଙ୍କୁ ଆକ୍ରମଣ ଘଟଣାରେ ବିଞ୍ଝାରପୁର ପୋଲିସ ଅଭିଯୁକ୍ତ ଦାମୋଦର ସାହୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଯେ ଗୁରୁବାର ଅପରାହ୍ଣରେ ପିଇଓ ଶ୍ରୀ କର ଗୁହାଳି ପଞ୍ଚାୟତ ସଂଗରୋଧକ କେନ୍ଦ୍ରରେ କାର୍ଯ୍ୟରତ ସମୟରେ ସେହି ଗ୍ରାମର ଦାମୋଦର ସାହୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ ବୋଲି ବିଞ୍ଝାରପୁର ବିଡିଓ ମିନତି ଜଗଦେବ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବିଞ୍ଝାରପୁର ପୋଲିସ ୧୩୦/୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଭାର ଏଏସଆଇ ସଂଜୀବ କୁମାର ଥାଟୋଇଙ୍କୁ ପ୍ରଦାନ କରିଥିଲେ । ଏସଆଇ ଫିରୋଜ ଏକ୍କା ଶନିବାର ଅଭିଯୁକ୍ତ ଶ୍ରୀ ସାହୁଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା ବେଳେ ମାନ୍ୟବର ଅଦାଲତ ଶ୍ରୀ ସାହୁଙ୍କୁ ଜାମିନ ପ୍ରଦାନ କରିଥିବା ଜଣାଯାଇଛି ।

Comments (0)
Add Comment