ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ମାଣ୍ଡୁକିଠାରେ ଥିବା ସୋପ୍ନେଶ୍ୱର ନୋଡାଲର ଜଣେ ବ୍ୟକ୍ତିଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଅଛି । ତାଙ୍କର ନାମ ଶରତ ଚନ୍ଦ୍ର ପାତ୍ର (୫୭) ଘର ଏହି ବ୍ଲକ ଅଧିନ ସାନସିରେଇ ଗ୍ରାମରେ । ସେ କୋଲକାତାରୁ ଆସି ସୋପ୍ନେଶ୍ୱର ନୋଡାଲରେ ହୋଇଥିବା କ୍ୱାରେଂଟାଇନ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହଥିଲେ ତାଙ୍କର ସ୍ୱାର୍ବ ଟେଷ୍ଟ କରଯିବା ପରେ ପଜିଟିଭ ଚିହ୍ନଟ ହେବାରୁ ତାଙ୍କୁ ଗତ କାଲି ରାତିରେ ପୁରୀ ପଠାଇ ଦିଆଯାଇଥିଲା ଓ ସେଠାରୁ ତାଙ୍କୁ କିମ୍ସି କୋଭିଡ ମେଡିକାଲକୁ ପଠାଇ ଦିଆଯାଇଅଛି ବୋଲି ଡାକ୍ତର ସଂଜୟ କୁମାର ପ୍ରଧାନ କହିଛନ୍ତି ।ଅପରପକ୍ଷରେ ରବିବାର ଦିନ ଅସ୍ତରଙ୍ଗ ନୋଡାଲ ଠାରେ ଥିବା ୮୧ ଜଣଙ୍କର ସ୍ୱାବ୍ ଟେଷ୍ଟ କରାଯାଇଥିବା ବେଳେ ବନ୍ତିଲୋ ନୋଡାଲରେ ୨୧ ଜଣଙ୍କର ଓ ପାଟଳଦା ନୋଡାଲରେ ୪୬ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିବା ଜଣାପଡିଅଛି । ସେହିପରି ରବିବାର ଦିନ ୫୫ ଜଣ ପ୍ରବାସୀ ସୁରତ ଓ କୋଲକତାରୁ ରବିବାର ଆସିଥିବା ବେଳେ ସେମାନଙ୍କୁ ଏହି ବ୍ଲକ ଅଧିନ କେନ୍ଦ୍ରାପାଟି ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଯାଇଅଛି । ଏହାକୁ ମିଶାଇ ଆଜି ସୁଦ୍ଧା ୫୨୮ ଜଣ ପ୍ରବାସୀ ବ୍ଲକ ଅଂଚଳର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛନ୍ତି ମେଡିକାଲ ସୂତ୍ରରୁ ପ୍ରକାଶ ।