ବରୀ ପୁଲିସ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଯାଜପୁର: ବାତ୍ୟା ଅମ୍ଫନ ଗଲାପରେ ଗୁରୁବାର ଦିନ ସକାଳୁ ବରୀ ପୁଲିସ ପକ୍ଷରୁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଅଛି । ବାତ୍ୟା ଅମ୍ଫାନ ଗଲା ପରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଷା ପବନ ଯୋଗୁଁ ଅଳିଆ ଆବର୍ଜନା ସବକୁ ପୁଲିସ କର୍ମଚାରୀମାନେ ସଫା କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଏବଂ ବାହାରେ ବ୍ଲିଚିଙ୍ଗ ପାଉଡର ପକାଇଥିଲେ । ଯେହେତୁ କରୋନା ସମୟରେ ବହୁ ସଂଖ୍ୟାରେ ଲୋକେ ପ୍ରତ୍ୟେକଦିନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି ସେଥିଲାଗି ବରୀ ପୁଲିସ ପ୍ରଶାସନ, ତହସିଲ ଅଫିସ କର୍ମଚାରୀ, ଡାକ୍ତରଖାନାର କର୍ମଚାରୀମାନେ ସଫେଇ କାର୍ଯ୍ୟରେ ସ୍ୱତଃପ୍ରଭୃତ ଭାବେ ଯୋଗ ଦେଇଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ବରୀ ତହସିଲଦାର ସରୋଜା କାନ୍ତ ନାୟକ, ଥାନାଧିକାରୀ ମାର୍କଣ୍ଡ ମିଶ୍ର, ବରୀ ଥାନା ଏସ୍ଆଇ ନାରାୟଣ ପ୍ରସାଦ ବେହେରା, ପ୍ରଶାନ୍ତ ଗଡନାୟକ, ଡ.କୌଶିକ ପାଡି, ଡ.ଜିନତ ଦାଶଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ବହୁ କର୍ମଚାରୀ ଓ ଥାନା କର୍ମଚାରୀ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Comments (0)
Add Comment