ରାୟଗଡା: ରବି ଧାନ ସଂଗ୍ରହ ମଣ୍ଡିର ଶୁଭାରମ୍ଭ ହୋଇଯାଇଅଛି । ରାୟଗଡା ସହରସ୍ଥିତ ଆରଏମସି ୟାର୍ଡ ପରିସରରେ ସହକାରୀ ଯୋଗାଣ ଅଧିକାରୀ ମୁରଲି କ୍ରିଷ୍ଣା ଆନୁÂାନିକ ଭାବେ ଏହି ମଣ୍ଡିର ଶୁଭାରମ୍ଭ କରିଥିଲେ । ଗତ ଏପ୍ରିଲ ମାସ ୨୭ ତାରିଖ ଦିନ ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହକାରୀ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭା ଗୃହଠାରେ ଅନୁÂିତ ହୋଇଯାଇଥିଲା ।
ଜିଲ୍ଲା ପ୍ରଶାସନ, ଚାଷୀ ଏବଂ ମିର୍ଲସମାନଙ୍କ ସହମତିରେ ମଇ ୧୦ ତାରିଖ ଦିନ ମଣ୍ଡି ଆରମ୍ଭ ହେବା ପାଇଁ ନିଷ୍ପତି ହୋଇଥିଲା । ପ୍ରଥମ ଦିନରେ ୩ଜଣ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଥିଲା । ଚଳିତ ରବି ଋୁତରେ ୫୨ ହଜାର ୨୩୯ କୁଇଂଟାଲ ଧାନ ସଂଗ୍ରହ କରାଯିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଚାଉଳ ଆକାରରେ ୩୫ ହଜାର କୁଇଂଟାଲ ଲକ୍ଷ୍ୟ ରଖାଯାଇଛି ।
ପୂର୍ବରୁ ଧାନ କ୍ରୟ ନିମନ୍ତେ ୧୩ ଗୋଟି କେନ୍ଦ୍ର ଥିବାବେଳେ ଜିଲ୍ଲାରେ ଆଉ ୪ ଗୋଟି ନୂତନ ଧାନ କ୍ରୟ କେନ୍ଦ୍ର ଖୋଲିବା ପାଇଁ ପ୍ରଶାସନ ତରଫରୁ ନିଷ୍ପତି ନିଆଯାଇଥିଲା । ଜିଲ୍ଲାରେ ଥିବା ୧୧୯ ମିଲର୍ସ ଏହି ରବି ଧାନ ପକ୍ୟୁରମେଂଟ ରେ ଅଂଶଗ୍ରହଣ କରିବେ । ଚଳିତ ରବି ଋତୁ ମଣ୍ଡି ନିମନ୍ତେ ୨୨୨୧ ଜଣ ଚାଷୀ ନିଜ ନିଜ ନାମ ଧାନ ବିକ୍ରୟ ନିମନ୍ତେ ପଂଜିକୃତ କରିଛନ୍ତି । ଧାନ ବିକ୍ରୟ କେନ୍ଦ୍ର ଗୁଡିକର ଓଜନ ମେସିନ, ଗୋଦାମ ଗୃହ, ପାନୀୟ ଜଳର ବ୍ୟବସ୍ଥା ସହ ଅଦିନିଆ ବର୍ଷା ସମୟରେ ଧାନକୁ ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟପ୍ତ ପରିମାଣରେ ପଲିଥିନ ରଖିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।ଏଥିସହ ମଣ୍ଡି ପରିଚାଳନା ନିମନ୍ତେ ସରକାରଙ୍କ ତରଫରୁ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଦେଶ ଦିଆଯାଇଛି ତାହା ଯେପରି ସଠିକ କାର୍ଯ୍ୟକାରୀ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । କରୋନା ଯୋଗୁଁ ସରକାରଙ୍କ ତରଫରୁ ମଣ୍ଡି ପରିଚାଳନାରେ କିଛିଟା କଟକଣା ଜାରୀ କରାଯାଇଛି । ଚାଷୀ ମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତା ଥିବା ବେଳେ ଚାଷୀ, ମିଲର୍ସ ଏବଂ ଲେବରମାନେ ମଣ୍ଡି କେନ୍ଦ୍ରକୁ ପ୍ରବେଶ କରିବା ସମୟରେ ସାନିଟାଇଜର ବ୍ୟବହାର କରିବେ । ଏଥିସହ ମଣ୍ଡି କେନ୍ଦ୍ରକୁ ପ୍ରବେଶ କରିବା ସମୟରେ ମୁହଁରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ମଣ୍ଡି ଶୁଭାରମ୍ଭ ସମୟରେ ଲେମ୍ପର ପରିଚାଳନା ନିର୍ଦେଶକ, ମିଲ ମାଲିକ ଏବଂ ଚାଷୀ ଉପସ୍ଥିତ ଥିଲେ ।