ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତୁ୍ୟ ସଂଖ୍ୟା ୨ ହଜାର ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୧୦୯କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଦେଶରେ ୧୨୮ ଜଣ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବା ବେଳେ ୩ ହଜାର ୨୭୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୬୨ ହଜାର ୯୩୯କୁ ବୃଦ୍ଧି ହୋଇଛି । ଏବେ ଦେଶରେ ବର୍ତମାନ ସୁଦ୍ଧା ମୋଟ ୧୯୩୫୮ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୨୨୪ ଘଂଟା ଭିତରେ ରିକଭରି ରେଟ୍ ୩୦.୭୫ ପ୍ରତିଶତ ରହିଛି ।ତେବେ ଆକ୍ରାନ୍ତ ଓ ମୃତୁ୍ୟ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦ ହଜାର ୨୨୮ ରହିଥିବା ବେଳେ ମୃତୁ୍ୟ ସଂଖ୍ୟା ୭୭୯କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୭ ହଜାର ୭୯୬ ଆକ୍ରାନ୍ତ ଥିବାବେଳେ ମୃତୁ୍ୟ ସଂଖ୍ୟା ୪୭୨କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୬ ହଜାର ୫୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତୁ୍ୟ ସଂଖ୍ୟା ରହିଛି ୭୩ । ସେହିପରି ଆନ୍ଧ୍ରପ୍ରଦେଶରେ ୧୯୩୦ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତୁ୍ୟ ସଂଖ୍ୟା ୪୪ରେ ପହଂଚିଛି । ମଧ୍ୟପ୍ରଦେଶରେ ୩ ହଜାର ୬୧୪ ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତୁ୍ୟ ସଂଖ୍ୟା ୨୧୫କୁ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।