କଟକ- ଅନ୍ଧବିଶ୍ୱାସର ବଶବର୍ତି ହୋଇ ମନ୍ଦିର ଭିତରେ ନୃସଂଶ କାଣ୍ଡ ଘଟାଇଲେ ପୂଜକ ।କରୋନା ହଟିଯିବା ବିଶ୍ୱାସ କରି କଟୁରୀରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ । ବଳି ଦେଲେ କରୋନା ହଟିଯିବ ବୋଲି ତାଙ୍କୁ ସ୍ୱପ୍ନା ଦେଶ ହୋଇଥିବା ଭାବି ପୂଜକ ଏପରି ବିଭତ୍ସ ହତ୍ୟା କାଣ୍ଡ କରିଥିବା ସ୍ୱିକାର କରିଛନ୍ତି । ପୂଜକ ଆତ୍ମସମର୍ପଣ କରିଥିବା ବେଳ ଆଠଗଡ ଏସଡିପିଓ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । । କଟକ ଜିଲ୍ଲା ଆଠଗଡ ଅନ୍ତର୍ଗତ ନରସିଂହପୁର ଅଂଚଳରେ ଏହି ଅମାନୁଷିକ ହତ୍ୟାକାଣ୍ଡ ହୋଇଛି । ହତ୍ୟାକାଣ୍ଡର ଶିକାର ହୋଇଥବା ୫୫ ବର୍ଷୀୟ ସରୋଜ ପ୍ରଧାନ ଓ ପୂଜକଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଏ । ଗତ ରବିବାର ଦିନ ସ୍ୱରଜ ମନ୍ଦିରକୁ ଆସିଥି ବେଳେ ସୁଯୋଗ ଅପେକ୍ଷାରେ ଥିବା ପୂଜକ ତାଙ୍କୁ ଏକ କଟୁରୀରେ ହାଣି ମୁଣ୍ଡ, ଗଣ୍ଡି ଅଲଗା କରି ଦେଇଥିଲା