ଟ୍ରେନ୍ ଚେନ୍ ଟାଣି ଖସିପଳାଇଲେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର- ଟ୍ରେନ ଚେନ ଟାଣି ପୁଣି ଅଧିାବାଟରୁ ଖସିପଳାଇଲେ ୩୨୦ପ୍ରବାସୀ ଶ୍ରମିକ । ଏହି ଘଟଣା ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ରେଲ୍ୱେ ଷ୍ଟେସନ ନିକଟେହୋଇଛି ।ଶ୍ରମିକମାନେ ଗୁଜୁରାଟ ଗାନ୍ଧିନଗରରୁ ନିର୍ଗୁଣ୍ଡି ଅଭିମୁଖେ ସ୍ପୋସାଲ ଟ୍ରେନରେ ଫେରୁଥିଲେ । ସମସ୍ତେ ନୂଆପଡା ଓ ବରଗଡ ଜିଲ୍ଲାର ବୋଲି ସୂଚନା ମିଳିଛି । ଖବର ପାଇ କଂଟାବାଞ୍ଜି ଷ୍ଟେସନ କର୍ମଚାରୀ ଓ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପଂହଚିଥିଲେ । ଶ୍ରମିକଙ୍କୁ କଂଟାବାଞ୍ଜି ଷ୍ଟେସନରେ ଅଟକ ରଖାଯାଛି । ପ୍ରାବାସୀ ଚେନ ପୁଲିଂ କରି ଓହ୍ଲାଇଥିବା ଷ୍ଟେସନ ମ୍ୟାନେଜର କହିଥିବା ବେଳେ ଶ୍ରମିକ ମାନେ ଏହାକୁ ମିଛ କହିବା ସହ ଷ୍ଟେସନରେ ଟ୍ରେନ ଅଟକିବା ପରେ ସେମାନେ ଓହ୍ଲାଇ ଥିଲେ ବୋଲି କହିଛନ୍ତି ।

Comments (0)
Add Comment