ଅମ୍ଫାନ : ଧାମରାରେଏନଡିଆରଏଫ ଟିମ୍

ଭଦ୍ରକ: ସାମୁଦ୍ରୀକ ବାତ୍ୟା ଅମ୍ଫାନ ମାଡି ଆସୁଥିବା ବେଳେ ଏହାର ମୁକାବିଲା ନେଇ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶରେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏଇ ଅଞ୍ଚଳରେ ସ୍ବତନ୍ତ୍ର ଅଫିସର ମୁତୟନ କରାଯାଇ ସ୍ଥିତି ଅନୁଧ୍ୟାନ କରାଯାଉଛି। ଆଜି ୨ ଟି ଏନଡିଆରଏଫ ଟିମକୁ ଧାମରା ପଠାଇ ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଦମକଳ ବାହିନୀଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଆରଏଫ ଟିମ୍ ଧାମରାର ୮ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛି। ଦିନ ୧୦ ଟା ବେଳେ ଧାମରା, ଚୂଡାଣି ଓ କସିଆ ସମୁଦ୍ର ମୁହାଣରେ ମାଇକ୍ ଯୋଗେନ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ ମନା କରାଯାଇଛି। ସମୁଦ୍ର ଉପକୂଳବର୍ତ୍ତୀ ୩ କିମି ଦୂରରେ ଥିବା ଲୋକମାନଙ୍କୁ ଗାଁ ଛାଡି ବାତ୍ୟା ଆଶ୍ରୟସ୍ଥଳରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ନିର୍ଦ୍ଦେଶ ପାଇବା ପରେ ଧାମରା ୮ ପଞ୍ଚାୟତର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା ପାଇଁ ଯୋଜନା କରାଯାଉଛି। ଧାମରା ଅଞ୍ଚଳର ଝାଡକାଟି, ଗୁଆଁଳ, ଜାଗୁଳା, ଡିଆଁ ନରସିଂହ ପୁର, ବଳଭଦ୍ରପ୍ରସାଦ, ଦୋସିଙ୍ଗା, ବଳସାହି, ଉଦିତ ନଗର, ଚନ୍ଦନିପାଳ, କନକପ୍ରସାଦ, ବାଂଶଡା, କଇଥକୋଲା, ହୃଦୟ ପ୍ରସାଦ, ଗୌରୀ ପ୍ରସାଦ, କରଂଜମାଳ, ପଞ୍ଚୁଟିକ୍ରୀ, ବଇଁଚା, କରଣପଲ୍ଲୀ, ଚରଦିଆ, ଶଙ୍ଖପଦା, ହରିଶପୁର, ନଳଗୋହିରା ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକରେ ଲୋକମାନଙ୍କୁ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି।

Comments (0)
Add Comment