ଅଗଷ୍ଟ ୨୪ ପର୍ଯ୍ୟନ୍ତ କଟକଣା ବଳବତର

ଭୁବନେଶ୍ୱେର- ମେ ୨୫ରୁ ଘରୋଇ ବିମାନ ଉଡାଣ ଅରମ୍ଭ ହେବାକୁ ଯାଉଛି । ଏନେଇ ବେସାମରିକ ବିମାନ
ଚଳାଚଳ ମନ୍ତ୍ରଣାଳୟ ଘୋଷଣା କରିଛି । କିନ୍ତୁ ବିମାନ ସେବା ଉପରେ ଲାଗିଥିବା କଟକଣା ଅଗଷ୍ଟ ୨୪ ରାତି ୧୨ ଟା ପର୍ଯ୍ୟନ୍ତ ବଳବତର ରହିବ ।ଏବେ ଏକ ତୃତୀୟାଂଶ ବିମାନ ଉଡାଣ କରିବ । କେଉଁ ବିମାନ କେତେବେଳ ଉଡାଣ କରିବ ସେ ନେଇ ଡିଜିସିଏ ଓ ବିମାନ ଉଡାଣ ସଂସ୍ଥା ଆଲୋଚନା କରିବେ । ସଂଶୋଧିତ ବିମାନ ଉଡାଣ ସୂଚୀ ଡିଜିସିଏ ନିକଟରେ ଦାଖଲ କରିବାକୁ କୁହାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମେଟ୍ରୋ ସହରରୁ ମେଟ୍ରୋ ସହର ଭିତରେ ଏହି ବିମାନ ଗୁଡିକ ଉଡାଣ କରିବ । ସେହିପରି ମେଟ୍ରେ ସହରରୁ ଅନ୍ୟ ସହରକୁ ବିମାନ ଯାଇଥିଲେ ସେଠାରେ ଏକ ତୃତୀୟାଂଶ ବିମାନ ଯାତାୟତ କରିବ । ଦେଶର ଅନ୍ୟ ବିମାନ ବନ୍ଦରରୁ କୌଣସି ସହରକୁ ଯାତ୍ରା କରୁଥିଲେ ସେମାନେ ଯେ କୌଣସି ରୁଟରେ ଏକ ତୃତୀୟାଂଶ ବିମାନ ଚଳାଇପାରିବେ । ଉଡାନ୍ ବିମାନ ପାଇଁ ଏହା ଲାଗୁ ହେବ ନାହିଁ ।

Comments (0)
Add Comment