କଟକ : ଲକ୍ଡାଉନ୍ରେ ସକ୍ରିୟ ହୋଇଉଠିଛନ୍ତି ଶିକାରୀ ଓ କାଠ ମାଫିଆ। ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ଅବାଧରେ ବିଛାଉଛନ୍ତି ଜାଲ । ମାର୍ଚ୍ଚ ୨୨ ରୁ ମେ ୬ ତାରିଖ ସୁଦ୍ଧା କେବଳ ନରସିଂହପୁର ଓ ବଡ଼ମ୍ବା ରେଞ୍ଜ୍ରୁ ୭ଜଣ କାଠ ଓ କୋଇଲା ଚୋରାଚାଲାଣକାରୀଙ୍କୁ ଗିରଫ କରିଥିଲା ବନବିଭାଗ। ୩ଜଣ ହାତୀ ଶିକାରୀଙ୍କ ସମେତ ହରିଣ ମାଂସ ଓ ବଜ୍ରକାପ୍ତା କାତି ଜବତ୍ କରିଥିଲା ଓ ୧୨ଜଣ ଶିକାରୀଙ୍କୁ ଗିରଫ କରିଛି। କାଠ ମାଫିଆ ଓ ବନ୍ୟପ୍ରାଣୀ ଶିକାରୀଙ୍କଠାରୁ ୬ଟି ଦେଶୀ ବନ୍ଧୁକ ମଧ୍ୟ ଜବତ୍ କରିଛି ବନବିଭାଗ।