ହରିୟାଣାରେ ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ

ଭୁବନେଶ୍ଵର : କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଛନ୍ତି । ପୁଣି ଆଉ କିଏ ବସ୍ ଟ୍ରେନର ସୁବିଧା ନପାଇ ସାଇକେଲରେ ମଧ୍ୟ ଓଡ଼ିଶା ଫେରିବାକୁ ବାଧ୍ୟ ହେଉଛନ୍ତି । ଏହା ସତ୍ତ୍ୱେ ବି ଅଧିକାଂଶ ଲୋକ ଏବେ ବି ବାହାର ରାଜ୍ୟରେ ଫସି ରହିଛନ୍ତି । ତେବେ ଏହାରି ମଧ୍ୟରେ ଲକ୍‌ଡାଉନ୍‌ ଯୋଗୁ ଘରକୁ ଫେରି ନ ପାରି ଜଣେ ଓଡ଼ିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଞ୍ଚାୟତର ବାଜପୁର ଗାଁରେ ବୋଲି ଜଣାପଡିଛି । ମୃତ ଯୁକଙ୍କ ନାଁ ଗଙ୍ଗାଧର ବିଶ୍ୱାଳ  ଗଙ୍ଗାଧର, ହରିୟାଣା ଯମୁନାନଗରରେ ରହି ଏକ ପ୍ଲାଏଉଡ୍‌ କମ୍ପାନୀରେ କାମ କରୁଥିଲେ ।  । ସୋସିଆଲ୍‌ ମିଡିଆରେ ଏକ ଭିଡିଓ ମାଧ୍ୟମରେ ସେ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ।  ଯଦି କିଛି ସାହାଯ୍ୟ ନମିଳେ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଏହି ଭିଡିଓରେ କହିଥିଲେ ।

Comments (0)
Add Comment