ଏଲଏସିରେ ହେଲିକପ୍ଟର ଉଡ଼ାଇଲା ଚୀନ ସେନା

ଲେହ: ଭାରତ-ଚୀନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଦୁଇ ଥର ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଚୀନ ଏଲଏସି(ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଲଢୁଆ ହେଲିକପ୍ଟର ଉଡ଼ାଇଛି। ନିକଟରେ ଉତ୍ତର ସିକ୍କିମରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏଥିରେ ଦୁଇ ପକ୍ଷର କିଛି ଯବାନ ସାମାନ୍ୟ ଆହତ ହୋଇଥିଲେ। ପରେ ଆଲୋଚନା ମାଧ୍ୟମରେ ଉଭୟ ପକ୍ଷର ସୈନିକଙ୍କୁ ପ୍ରତ୍ୟାହାର କରି ନିଆଯାଇଥିଲା। ଏହା ପୂର୍ବରୁ ମେ ୫ରେ ଲଦାଖରେ ବି ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ। ଭାରତ ଏବଂ ଚୀନ ଯବାନମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।  ଏହା ପର ଦିନ ଉଭୟ ସେନା ମଧ୍ୟରେ ବିବାଦର ସମାଧାନ ହୋଇଥିଲା। ଏହା ପରେ ଚୀନ ସେନାର ହେଲିକପ୍ଟର ସୀମାରେ ଉଡୁଥିବା ଦେଖିବାକୁ ମିଳିଥିଲା। ଚୀନର ଏପରି ସାହସକୁ ଦେଖି ଭାରତୀୟ ବାୟୁସେନା ତୁରନ୍ତ ଲଦାଖ ସୀମାରେ ଯୁଦ୍ଧ ବିମାନ ମୁତୟନ କରିବା ସହିତ ପାଟ୍ରୋଲିଂ ଆରମ୍ଭ କରିଦେଇଥିଲା।

Comments (0)
Add Comment