ଆଇଇଏସ୍ ଟପର ଓଡ଼ିଆ ପୁଅ

ଭୁବନେଶ୍ୱର,୧୧/୧: ଇଣ୍ଡିଆନ ଇକୋନୋମିକ୍ ସର୍ଭିସ୍ (ଆଇଇଏସ୍)ଟପର ଓଡ଼ିଆ ପୁଅ ଅଂଶୁମାନ କାମିଲା ।୨୦୧୯ ଆଇଇଏସ୍ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛିନ୍ତି ୩୨ । ସେମାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ଅଂଶୁମାନ । ସେ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଜଣାଶୁଣା କଣ୍ଠଶିଳ୍ପୀ ତଥା ପ୍ରଫେସର ଅର୍ଥଶାସ୍ତ୍ର ମିତାଲି ଚିନାରାଙ୍କ ପୁଅ । ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ସ୍ଥିତ ଡିଏଭି ସ୍କୁଲରେ ପାଠ ପଢ଼ା ସରିବା ପରେ ଦିଲ୍ଲୀର ଷ୍ଟିଫେନ୍ କଲେଜରୁ ଇକୋନୋମିକ୍ସରୁ ସ୍ନାତୋକ ଡିଗ୍ରୀ ହାସଲ କରିଥିଲେ ଅଂଶୁମାନ । ପରବର୍ତୀ ସମୟରେ ସେ ଜେଏନ୍ୟୁରେ ଏମ୍ଫିଲ୍ କରିଥିଲେ ।

ସେ ଏଥିପାଇଁ ତାଙ୍କ ବାପାମା’, ଅଜା, ଶିକ୍ଷକ, ଗୁରୁଜନ ଏବଂ ସାଙ୍ଗସାଥୀ ମାନଙ୍କୁ ଶ୍ରେୟ ଦେଇଛନ୍ତି । ତୃତୀୟ ଚେଷ୍ଟାରେ ସେ ସଫଳତା ପାଇଛନ୍ତି । ଏଥିପାଇଁ ତାଙ୍କୁ ତାଙ୍କ ପରିବାର ସମ୍ପୁର୍ଣ୍ଣ ରୂପେ ସୋହଯୋଗ କରିଥିଲେ ।
ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ ଯାହା ସିଲାବସ୍ ରେ ଅଛି, ତାକୁ ଫଲୋ କରିବା ଉଚିତ୍ । ସିଲାବସ୍ ଅନୁଯାୟୀ, ସବୁଦିନ ଭଲ ପଢ଼ିଲେ ବହୁତ ଓଡ଼ିଆ ମେରିଟ ଲିଷ୍ଟ ରେ ସ୍ଥାନ ପାଇବେ । ଅର୍ଥଶସ୍ତ୍ରର ଛାତ୍ର ହୋଇଥିବା ଯୋଗୁଁ ବର୍ତମାନର ମାନ୍ଦାବସ୍ଥା ସମ୍ପର୍କରେ କହିଛନ୍ତି ଯେ, “ ଅନ୍ତର୍ଜାତିକ ସ୍ତରରେ ଦେଖାଦେଇଥିବା ସ୍ଥିତି ଯୋଗୁଁ ଭାରତରେ ଏପରି ପଅତିଫଳନ ଦେଖିବାକୁ ମିଳିଛି” ।

Comments (0)
Add Comment