ଏୟାର୍ ଇଣ୍ଡିଆ ରିଲିଫ ବିମାନକୁ ସୁପ୍ରିମ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ- ସମ୍ପର୍ଣ୍ଣ ସିଟ୍ ସହ ଯାତ୍ରୀ ପରିବହନ ପାଇଁ ଏୟାର ଇଣ୍ଡିଆ ରିଲିଫ ବିମାନ ଚଳାଚଳ ପାଇଁ ଅନୁମତି ଦେଲେ ସୁପ୍ରିମ କୋର୍ଟ । ଅଗାମୀ ୧୦ ଦିନ ପାଇଁ ବିମାନର ମଝି ସିଟ ଖାଲି ନରଖି ଚଳାଚଳ କରିବା ପାଇଁ ସବୁଜ ସଂଙ୍କେତ ମିଳିଛି । ରିଲିଫ ବିମାନର ମଝି ଆସନ ଖାଲି ରଖି ଯାତ୍ରୀ ପରିବହନ କରିବାକୁ ଗତ ୨୨ ତାରିଖ ଦିନ ବମ୍ବେ ହାଇକୋର୍ଟ ରାୟ ଶୁଣାଇଥିବା ବେଳେ ସୁପ୍ରିମକୋର୍ଟ ଏହା ଉପରେ ରହିତାଦେଶ ଦେଇଛନ୍ତି । ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଜରିଆରେ ରହିତାଦେଶ ଜାରି ସକାଶେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ।

Comments (0)
Add Comment