ଜୁଲାଇ ୧ରୁ ସିବିଏସି ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ- ଜୁଲାଇ ୧ରୁ ଆରମ୍ଭ ହେବ ବାକି ରହିଥିବା ସିବିଏସି ଦ୍ୱାଦଶ ପରୀକ୍ଷା । ଏନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ପ୍ରଥମ ଦିନ ହୋମ ସାଇନ୍ସ ପରୀକ୍ଷା ଆରମ୍ଭ ହୋବ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗାଇଡଲାଇନ ଜାରିକରିଛି ସିବିଏସି । ସବୁ ପରୀକ୍ଷାର୍ଥୀ ସାନିଟାଇଜର ନେଇ ଆସିବେ । ସମସ୍ତଙ୍କ ପାଇଁ ମାକ୍ସ ବାଧ୍ୟତା ମୂଳକ । ଏଥି ସହ ସମାଜିକ ଦୂରତ୍ୱ ରଖିବେ । ପିଲା ସୁସ୍ଥ ଅଛିକି ନାହିଁ ଅଭିଭାବକ ସ୍ପଷ୍ଟ କରିବେ । ପିଲା ପରୀକ୍ଷା ହଲରେ ପଂହଚିବା ପରେ ୧୦ରୁ ୧୦ ଟା ୧୫ ଭିତରେ ଖାତା ଦିଆଯିବ । ୧୦ ଟା ୧୫ ରେ ପ୍ରଶ୍ନପତ୍ର ଦିଆଯିବ । ୧୦ ଟା ୧୫ରୁ ୧୦ ଟା ୩୦ ଯାଏ ପିଲା ପ୍ରଶ୍ନପତ୍ର ପଢିବେ । ୧୦ ଟା ୩୦ରେ ପିଲାଙ୍କୁ ଉତର ଲେଖିବାକୁ ଅନୁମତି ମିଳିବ ବୋଲି ସିବିଏସି ପକ୍ଷରୁ ନିର୍ଦ୍ଧଶ ।

Comments (0)
Add Comment