ଅମ୍ପନ ମୁକାବିଲା:ବ୍ୟାଙ୍କରେ ପର୍ଯ୍ୟାପ୍ତ ଅର୍ଥ ମହଜୁଦ ପାଇଁ ନିର୍ଦେଶ

ଭୁବନେଶ୍ୱର:  ଅମ୍ପନରେ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକର ବ୍ୟାଙ୍କଶାଖା/ଏଟିଏମ୍‌/ସିଏସ୍‌ପିଏସ୍‌/ବିସିଏସ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ନଗଦ ଟଙ୍କା ମହଜୁଦ ରଖିବା ସହ ପାୱାର ବ୍ୟାକ୍‌ ଅପ୍‌ ସହିତ ଇଣ୍ଟରନେଟ୍‌ ସଂଯୋଗ ନିରବଚ୍ଛିନ୍ନ ଭାବେ ଜାରି ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ବାତ୍ୟା ପ୍ରଭାବିତ ଜିଲାର ବ୍ୟାଙ୍କଶାଖା/ଏଟିଏମ୍‌/ସିଏସ୍‌ପିଏସ୍‌/ବିସିଏସ୍‌ଗୁଡ଼ିକରେ ନଗଦ ଅର୍ଥର ଅଭାବ ରହିବ ନାହିଁ ସେ ଦିଗରେ ବିହିତ ପଦ କ୍ଷେପ ନେବା ପାଇଁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଆଞ୍ଚଳିକ ନିର୍ଦ୍ଦେଶକ, ରିଜର୍ଭ ବ୍ୟାଙ୍କ , ଜିଏମ୍‌, ୟୁକୋ ବ୍ୟାଙ୍କ ତଥା ଆବାହକ ଏସ୍‌ଏଲ‌ବିସିିଙ୍କ ଅନ୍ୟ ସମସ୍ତ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.

five − two =