ଆଜିଠୁ ଗଡ଼ିବ ଟ୍ରେନ

ନୂଆଦିଲ୍ଲୀ: ଲକ୍ଡାଉନ ଯୋଗୁ ଦୀର୍ଘ ୫୧ ଦିନ ଧରି ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ ରହିବା ପରେ ଆସନ୍ତାକାଲି ମଙ୍ଗଳବାରଠାରୁ ଦିଲ୍ଲୀରୁ ବିଭିନ୍ନ ସ୍ଥାନକୁ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିବ ।ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଆଜିଠାରୁ ଲୋକମାନେ କେବଳ ଆଇଆରସିଟିସି ୱେବସାଇଟକୁ ଯାଇ ଟିକେଟ ବୁକିଂ କରିପାରିବେ । କାରଣ ଟ୍ରେନ ·ଲିବାକୁ ଥିଲେ ହେଁ, ଟିକେଟ କାଉଂଟର ଖୋଲିବ ନାହିଁ । ତେଣୁ ଆଜି ଅପରାହ୍ନ ୪ଟା ପରଠାରୁ ୱେବସାଇଟ ଜରିଆରେ ଲୋକମାନେ ଟିକେଟ ବୁକିଂ କରିପାରିବେ ।ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ୍ ·ଲିବ । ମଙ୍ଗଳବାରଠାରୁ ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ଼, ଅଗରତାଲା, ହାୱାଡା, ପାଟନା, ବିଳାସପୁର, ରାଂଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ, ସେଂଟ୍ରାଲ, ଅହମଦାବାଦ ଏବଂ ଜମ୍ମୁ ତାୱିକୁ ସ୍ୱତନ୍ତ୍ର ଟ୍ରେନ୍ ·ଲିବ ।ଟ୍ରେନରେ ଯାତ୍ରା କରିବାକୁ ଥିବା ଲୋକମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ । ଯେଉଁମାନଙ୍କର କୌଣସି ଫ୍ଲୁ ଲକ୍ଷଣ ନଥିବ, ସେମାନଙ୍କୁ ହିଁ ଯାତ୍ରା କରିବାକୁ ଅନୁମତି ମିଳିବ । ସେହିପରି ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟ ।ଆସନ୍ତା ୧୩ ତାରିଖ ଦିନ ଭୁବନେଶ୍ୱରରୁ ଟ୍ରେନ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ । ଓଡ଼ିଶାର ୩ଟି ଷ୍ଟେସନ ସମେତ ଦେଶର ମୋଟ ୧୫ଟି ଷ୍ଟେସନରେ ରହିବ । ଓଡ଼ିଶାର କଟକ, ଭଦ୍ରକ ଓ ବାଲେଶ୍ୱର ଷ୍ଟେସନରେ ଟ୍ରେନ୍ ରହିବ । ସେହିପରି ୧୪ ତାରିଖ ଦିନ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଟ୍ରେନ୍ ଛାଡ଼ିବ ।

Leave A Reply

Your email address will not be published.

four × one =