ଆବଶ୍ୟକ ୫୩୮୦ କ୍ୱଇଂଟାଲ ଧାନ ବିହନ : ଆସିଛି ୨୬୨୪.୬ କୁଇଂଟାଲ

ଯାଜପୁର,୨ ।୦୬(ନି.ପ୍ର.): ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ପାଗ ଅନୁକୁଳ ଥିବାରୁ ଖରିଫ ଧାନ ଚାଷ ଭଲ ହେବାର ସମ୍ଭାବନା ଅଛି ବୋଲି ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ । କରୋନା ଭୂତାଣୁରେ ଚାଷୀମାନେ ଡରିନଯାଇ ବରଂ ଖରିଫ୍ ଧାନ ଚାଷକୁ କିଭଳି ଭଲ ଭାବେ ଉତ୍ପାଦନ କରିବେ ଆଜିଠୁ ଧାନ ବିଲରେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୯-୨୦ ଯୋଗାଣ ବିଭାଗ ପଂଜିକରଣ ଅନୁଯାୟୀ ଜିଲ୍ଲାରେ ୩୨୭୨୯ଜଣ ଚାଷୀ ଖରିଫ୍ ଧାନ ଚାଷ କରିଥିôବାର ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ । ୨୦୨୦-୨୧ ତଥା ଚଳିତ ବର୍ଷ ପାଇଁ ଜିଲ୍ଳାରେ ୧୪୨୦୦୦ ହେକ୍ଟର ଉଦ୍ଧ୍ୱର୍ ଚାଷ ଜମିରେ ଖରିପ୍ ଧାନ ଚାଷ କରାଯିବ ବୋଲି କୃଷି ବିଭାଗ ସୂତ୍ରରୁ ପ୍ରକାଶ । ଖରିଫ୍ ଧାନ ଚାଷ ଜମି ପାଇଁ ଜିଲ୍ଲାରେ ୫୩୮୦ କ୍ୱିଂଇଟାଲ ଧାନ ବିହନ ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୨୬୨୪.୬ କ୍ୱିଂଟାଲ ଧାନ ବିହନ ପହଂଚିଛି । ଏହି ଧାନ ବିହନକୁ ଚାଷୀମାନଙ୍କ ନିକଟରେ ପହଂଚିବା ପାଇଁ ଜିଲ୍ଲାର ୧୦ ଗୋଟି ବ୍ଳକରେ ବିଭିନ୍ନ ପ୍ରାଥମିକ କୃଷକ ସମବାୟ ସମିତି ଓ କ୍ଷମତାପ୍ରାପ୍ତ ଡିଲରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଡିଲରମାନେ ଧାନ ବିହନ ଚାଷୀମାନଙ୍କୁ ବିକ୍ରି ଆରମ୍ଭ କରିଦେଇଥିବା ଜାଣିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ବଡଚଣା ବ୍ଲକ ପାଇଁ ୪୦୭ କ୍ୱିଂଟାଲ, ବରୀ ବ୍ଲକ ପାଇଁ ୩୦ କ୍ୱିଂଟାଲ, ବିଂଝାରପୁର ବ୍ଳକ ପାଇଁ ୩୨୩ କ୍ୱିଂଟାଲ ଦାନଗଦି ବ୍ଲକ ପାଇଁ ୩୪୬.୬ କ୍ୱିଂଟାଲ, ଦଶରଥପୁର ବ୍ଲକ ପାଇଁ ୩୯୭ କ୍ୱିଂଟାଲ, ଧର୍ମଶାଳା ବ୍ଲକ ପାଇଁ ୩୪୫ କ୍ୱିଂଟାଲ, ଯାଜପୁର ବ୍ଳକ ପାଇଁ ୨୫୫ କ୍ୱିଂଟାଲ, କୋରେଇ ବ୍ଲକ ପାଇଁ ୧୮୧ କ୍ୱିଂଟାଲ, ସୁକିନ୍ଦା ବ୍ଳକ ପାଇଁ ୩୮୪ କ୍ୱିଂଟାଲର ଉନ୍ନତ ଧାନ ବିହନ ଚାଷୀମାନଙ୍କ ନିମନ୍ତେ ଯୋଗାଇ ଦିଆଯାଇଛି ବୋଳି କୃଷି ବିଭାଗ ସୂଚନା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ବର୍ତମାନ ସୁଦ୍ଧା ଜିଲ୍ଲାରେ ଭଲ ବର୍ଷା ହୋଇଥିବାରୁ ଖରିଫ୍ ଧାନ ଚାଷ ପାଇଁ ପାଗ ଅନୁକୁଳ ରହିଛି । ବଡଚଣା ବ୍ଲକରେ ୬୦୭୫ ଧାନ ଚାଷୀ ରହିଥିବା ବେଳେ ବରୀ ବ୍ଲକରେ ରେ ୨୦୨୫ ଧାନ ଚାଷୀ, ବିଂଝାରପୁର ବ୍ଲକରେ ୩୮୪୬ ଜଣ ଧାନଚାଷୀ, ଦାନଗଦ ବ୍ଲକିରେ ୧୫୯୫ ଜଣ ଧାନଚାଷୀ, ଦଶରଥପୁର ବ୍ଲକରେ ୩୬୭୯ ଜଣ ଧାନ ଚାଷୀ, ଧର୍ମଶାଳା ବ୍ଲକରେ ୨୦୩୫ ଜଣ ଧାନ ଚାଷୀ ଯାଜପୁର ବ୍ଲକରେ ୩୧୯୩ ଜଣ ଧାନ ଚାଷୀ, କୋରେଇ ବ୍ଳକରେ ୭୨୨୯ ଧାନ ଚାଷୀ, ରସୁଲପୁର ବ୍ଳକରେ ୧୬୦୫ ଜଣ ଧାନ ଚାଷୀ, ସୁକିନ୍ଦା ବ୍ଲକରେ ୧୪୪୭ ଜଣ ଧାନ ଚାଷୀ ୨୦୧୯-୨୦ ଆର୍ଥିକ ବର୍ଷରେ ଖରିଫ୍ ଧାନ ଚାଷ କରି ଯୋଗାଣ ବିଭାଗକୁ ଧାନ ବିକି୍ର କରିବା ପାଇଁ ପଞ୍ଜିକରଣ କରିଥିଲେ ବୋଲି ଯୋଗାଣ ବିଭାଗ ସୁତ୍ରରୁ ପ୍ରକାଶ । ସେହିପରି ଚଳିତ ବର୍ଷ ଯାଜପୁର ବ୍ଲକରେ ୧୩୧୦୦ ହେକ୍ଟର ଚାଷ ଜମି, ଦଶରଥପୁର ବ୍ଲକରେ ୧୫୩୦୦ ହେକ୍ଟର ଚାଷ ଜମି, ବିଂଝାରପୁର ବ୍ଲକରେ ୧୪୦୦୦ ହେକ୍ଟର ଚାଷ ଜମି, ବଡଚଣା ବ୍ଲକରେ ୧୪୮୨୦ ହେକ୍ଟର ଚାଷ ଜମି, ଧର୍ମଶାଳା ବ୍ଲକରେ ୧୫୯୩୦ ହେକ୍ଟର ଚାଷ ଜମି, ରସୁଲପୁର ବ୍ଲକରେ ୧୦୯୦୦ ହେକ୍ଟର ଚାଷ ଜମି, ବରି ବ୍ଳକରେ ୧୨୦୦୦ ହେକ୍ଟର ଚାଷ ଜମି, ଦାନଗଦି ବ୍ଲକରେ ୯୨୦୦ ହେକ୍ଟର ଚାଷ ଜମି, କୋରେଇ ବ୍ଲକରେ ୧୯୦୦୦ ହେକ୍ଟର ଚାଷ ଜମିରେ ଖରିଫ୍ ଧାନ ଚାଷ କରାଯିବ ବୋଲି ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.

eleven + 1 =