ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): କରୋନା ସହ ଦେଶ ମୁକାବିଲା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କରୋନା ସଙ୍କଟ ଆସିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ରେଡିଓ କାର୍ଯ୍ୟକ୍ରମ । ତେବେ ବର୍ତମାନ ପରିସ୍ଥିତିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନିଜ ମନକଥା ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି । ସେ କହିଛନ୍ତି, ଗତଥର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ବେଳେ ପାସେଞ୍ଜର ଟ୍ରେନ୍, ବସ୍, ବିମାନ ଚଳାଚଳ ସେବାଗୁଡ଼ିକ ବନ୍ଦ ଥିଲା । ଏଥର ଅନେକ କିଛି ସେବା ଆରମ୍ଭ ହୋଇଯାଇଛି । ସମ୍ପୂର୍ଣ୍ଣ ସତର୍କତାର ସହ ବିମାନ ଚଳାଚଳ ଆରମ୍ଭ ହୋଇଛି । ଧୀରେ ଧୀରେ ଉଦ୍ୟୋଗଗୁଡ଼ିକ ମଧ୍ୟ ଖୋଲା ଯାଉଛି । ଅର୍ଥାତ୍ ଅର୍ଥ ବ୍ୟବସ୍ଥାରେ ଏକ ବଡ଼ ଅଂଶ ଏବେ ଆରମ୍ଭ ହୋଇଯାଇଛି । ଏଭଳି ସମୟରେ ଆମକୁ ଆହୁରି ସତର୍କ ରହିବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।


ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମ ଦେଶରେ ସାମୁହିକ ପ୍ରୟାସରେ କରୋନା ବିରୁଦ୍ଧରେ ଲଢେ଼ଇ ଖୁବ୍ ଜୋରଦାର ·ଲିଛି । ଆମର ଜନସଂଖ୍ୟା ଅଧିକାଂଶ ଦେଶ ତୁଳନାରେ ଖୁବ ଅଧିକ । ତଥାପି ଏଠାରେ ଅନ୍ୟ ଦେଶ ତୁଳନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ସଫଳ ହେଲାନାହିଁ । ସେହିପରି ବାକି ଦେଶ ତୁଳନାରେ ଆମ ଦେଶରେ ସଂକ୍ରମଣ ଜନିତ ମୃତୁ୍ୟହାର ମଧ୍ୟ କମ୍ ରହିଛି । ଯେତିକି କ୍ଷତି ହୋଇଛି, ସେ ନେଇ ସମସ୍ତଙ୍କୁ ଦୁଃଖ ହେଉଛି । କିନ୍ତୁ ଯେତିକି ଆମେ ରକ୍ଷା କରିପାରିଛୁ, ତାହା ଦେଶର ସାମୁହିକ ସଂକଳ୍ପ ଶକ୍ତି ଯୋଗୁ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


ମୋଦି କହିଛନ୍ତି, ଦେଶବାସୀଙ୍କ ସଙ୍କଳ୍ପ ଶକ୍ତି ସହ ସେବା ଶକ୍ତି ମଧ୍ୟ କରୋନା ଲଢେ଼ଇରେ ଆମକୁ ଶକ୍ତି ଯୋଗାଇଛି । ଆମର ଡାକ୍ତର, ନର୍ସିଂ ଷ୍ଟାଫ୍, ସଫେଇ କର୍ମ·ରୀ, ପୋଲିସକର୍ମୀ, ମିଡିଆ ବନ୍ଧୁମାନେ ଏଭଳି ସମୟରେ ସେବା କରୁଛନ୍ତି । ଦେଶର ଏଭଳି ସ୍ଥିତିରେ ପ୍ରତ୍ୟେକ ଅଂଚଳରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଶ୍ରମର ଅଗଣିତ କାହାଣୀ ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି ।
ଏଭଳି ସଙ୍କଟର ସ୍ଥିତିରେ ‘ଇନୋଭେସନ’ ବିଷୟରେ ମଧ୍ୟ ମୋଦି କହିଛନ୍ତି । ସେ କହିଛନ୍ତି ଯେ, ଗାଁରୁ ସହର ଯାଏ, ଛୋଟ ବ୍ୟବସାୟୀଠାରୁ ଷ୍ଟାର୍ଟଅପ୍ ଯାଏ । ଆମର ଲ୍ୟାବ୍ କରୋନା ସହ ଲଢେ଼ଇ ଜିତିବାକୁ ନୂଆ ନୂଆ ଉପାୟ ବାହାର କରୁଛନ୍ତି । ନୂଆ ଉଦ୍ଭାବନ କରୁଛନ୍ତି । ସୋସିଆଲ ମିଡିଆରେ ଅନେକ ଚିତ୍ର ଦେଖିବାକୁ ମିଳୁଛି । ଅନେକ ଦୋକାନୀ ଶାରୀରିକ ଦୂରତ୍ୱର ଆବଶ୍ୟକତା ବୁଝି ଦୋକାନ ସାମ୍ନାରେ ବଡ଼ ବଡ଼ ପାଇପ ଲାଇନ୍ ଲଗାଇଛନ୍ତି । ତେବେ କୌଣସି ପରିସ୍ଥିତିକୁ ବଦଳାଇବା ଲାଗି ଦୃଢ଼ ଇଚ୍ଛାଶକ୍ତି ସହ ଅନେକ କିଛି ଉଦ୍ଭାବନର ମଧ୍ୟ ଆବଶ୍ୟକତା ରହିଛି । ହଜାର ହଜାର ବର୍ଷରୁ ଲଗାତର ଉଦ୍ଭାବନ ଯୋଗୁ ହିଁ ମାନବ ଜାତିର ଯାତ୍ରା ଆଧୁନିକ ଯୁଗରେ ପହଂଚିପାରିଛି ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.

five × two =