ଭୁବନେଶ୍ୱର: ବାତ୍ୟା ଅମ୍ପନ କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିପାରନ୍ତି | ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ | ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିପାରନ୍ତି | ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ଆଜି କମିଶନର ଡ଼. ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଇ ସ୍ଥିତି ତଦାରଖ କରିଛନ୍ତି | ବାତ୍ୟା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଓଡ଼ିଶାବାସୀ ଓ ଓଡିଶା ସରକାରଙ୍କୁ ମୋଦୀ ଆଜି ଟ୍ୱିଟ କରି ପ୍ରଶଂସା କରିଛନ୍ତି |