କରୋନା ଯୋଦ୍ଧାଙ୍କୁ ଖାଦ୍ୟ ସାମଗ୍ରୀ ଉପହାର

ଯାଜପୁର: ଯାଜପୁର ଜିଲ୍ଲାର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଲୋକପି୍ରୟ ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ୍ ଲାଇନ୍ ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ ଉପହାର ପ୍ରଦାନ କରାଯାଇଛି । ବିଶ୍ୱରେ ତାଣ୍ଡବ ରଚୁଥିବା କରୋନା ମହାମାରୀରେ ଆକ୍ରାନ୍ତ ବ୍ୟକ୍ତି ବିଶେଷମାନଙ୍କୁ ନିଜ ଜୀବନକୁ ବାଜି ଲଗାଇ ସେବା ପ୍ରଦାନ କରିଆସୁଥିବା ଯାଜପୁର ଜିଲ୍ଲାର ସମସ୍ତ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ଗଣମାଧ୍ୟମର ପ୍ରତିନିଧି ତଥା କରୋନା ମହାଯୁଦ୍ଧରେ ସାମିଲ ହୋଇ ଜନ ସଚେତନତା, ସୁରକ୍ଷା, ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଅହରହ କାର୍ଯ୍ୟରତ ପ୍ରଶାସନ ଓ ପୁଲିସ୍ ଅଧିକାରୀମାନଙ୍କୁ ଆଜି ଯାଜପୁର ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀ ଭବ ପ୍ରସାଦ ଦାସଙ୍କ ସଂଯୋଜନାରେ ରୁଚି ପକ୍ଷରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଜଗଦ୍ଗୁୁରୁ ଶଙ୍କରାଚାର୍ଯ୍ୟଙ୍କର ରାଷ୍ଟ୍ରୀୟ ସଂପର୍କ ସଚିବ ତଥା ଆଦିତ୍ୟବାହିନୀର ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର । ଶ୍ରୀ ମିଶ୍ର ଏହି ପରିପ୍ରେକ୍ଷୀରେ ସମସ୍ତ କରୋନା ଯୋଦ୍ଧାମାନଙ୍କୁ ଶୁଭେଛା ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଥିଲେ । ସମସ୍ତ କରୋନା ଯୋଦ୍ଧାମାନେ ଏହି ମହାସଂକଟ ସମୟରେ ଧୈର୍ଯ୍ୟ ଓ ସାହାସ ସହିତ ଜନସାଧାରଣଙ୍କ ପାଖରେ କରୋନା ସଂପର୍କିତ ସଚେତନତା ବାର୍ତା, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପ ତଥା ଟିକିନିକି ଖବର ପହଚେଂଇ ଥିବାରୁ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଶ୍ରୀ ମିଶ୍ର କୃତଜ୍ଞତା ଜ୍ଞାପନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଅର୍ଗଣୀ ଅନୁÂାନ ହ୍ୱାଇଟ୍ କାନଭାସ ପକ୍ଷରୁ ସ୍କୃତିଶିକ୍ତ ସାମନ୍ତରାୟ, ଉଲ୍ଲାସ ଚନ୍ଦ୍ର ବେହୁରା, ଚିଂଟୁ ମିଶ୍ର, ସନ୍ତୋଷ ନାୟକ, ପତିତପାବନ ପଣ୍ଡା ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ । ରୁଚି ପକ୍ଷରୁ ପ୍ରତିିନିଧିତ୍ୱ କରିଥିଲେ ଦେଶଜ୍ୟୋତି ମହାନ୍ତି । ରୁଚିର ସହଯୋଗ ପାଇଁ ରୁଚିର ପରିଚାଳନା ନିଦେ୍ର୍ଧଶକ ଡ. ଶରତ କୁମାର ସାହୁଙ୍କୁ ବିଧାୟକ ଶ୍ରୀ ଦାସ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

19 + 1 =