ଖୁବଶୀଘ୍ର ବିବାହ କରିବେ ରାଣା ଦାଗୁବଦୀ!

ଟଲିଉଡର ବାହୁବଳୀ ଆକ୍ଟର ରାଣା ଦାଗୁବଦୀଙ୍କ ଫିଗର ପାଇଁ ବେଶ୍ ଲୋକପ୍ରି୍ୟ । ତାଙ୍କ ଲେଡି ଫ୍ୟାନ ପାଇଁ ଏବେ ଦୁଃଖର ଖବର । ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଷ୍ଟାର ।

ଏହି ଖବର ଦାଗୁବଦୀ ଙ୍କ ପିତା ସୁରେଶ ବାବୁ ସୁଚନା ଦେଇଛନ୍ତି । ଅଗଷ୍ଟ ୮ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହେବେ। ଏବେ କରୋନା ଭାଇରସ ପାଇଁ ଦଗୁବୀଙ୍କ ବିବାହରେ ଅଧିକ ଲୋକ ସାମିଲ ହେବେ ନାହିଁ । ଦୁଇ ପରିବାର ଲୋକଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହେବ ବୋଲି ସୁରୋଶ ବାବୁ କହିଛନ୍ତି ।

ଖାଲି ଏତିକି ନୁହେଁ କରୋନା ପାଇଁ ଜାରି ଗାଇଡ ଲାଇନ୍ ପାଳନ କରାଯିବ । ଲକ୍ଡାଉନ୍ ମଧ୍ୟରେ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କୁ ନିର୍ବନ୍ଧ କରିଥିଲେ । ରାଣା ନିଜ engagement ଫଟୋ instagram pageରେ ସେୟାର କରି ନିଜ ପ୍ରଶଂସକଙ୍କୁ ସପ୍ରାଇଜ୍ କରିଥିଲେ । ଦଗୁବତୀ ଖାଲି ଟଲିଉଡ ନୁହେଁ, ବଲିଉଡ ମୁଭିରେ ମଧ୍ୟ ଅଭିନୟ କରିଛନ୍ତି । ରାଣା ଏବଂ ମିହିକାଙ୍କ ମଧ୍ୟରେ ବହୁ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ।

ଏବଂ ମିହିକା ପେଷାରେ ଜଣେ ଇଣ୍ଟରିୟର ଡିଜାଇନର । ବିଭିନ୍ନ ବିବହ ଆୟୋଜନର ଦାୟିତ୍ୱ ନେଇଥାନ୍ତି ମିହିକା । ଦୁଇଜଣଙ୍କ ଜୀବନର ଚଲାପଥରେ ପୁଷ୍ପ ବର୍ଷା ହେଉ ଏହା ହିଁ ନ୍ୟାୟବତୀର ଶୁଭ କାମନା ।

Leave A Reply

Your email address will not be published.

19 − fifteen =